Natural and Man-made Substances PDF

Summary

This document appears to be a chapter on the properties of matter, focusing on natural and man-made substances and their different states. It includes exercises and questions aimed at understanding the concepts. The content is designed for secondary school students.

Full Transcript

# ପ୍ରାକୃତିକ ଓ ମନୁଷ୍ୟକୃତ ପଦାର୍ଥ ## ପଦାର୍ଥ **9.9:** ପ୍ରାକୃତିକ ଓ ମନୁଷ୍ୟକୃତ ପଦାର୍ଥ ଦୈନନ୍ଦିନ ଜୀବନରେ ଆମ ଚତୁଃର୍ପାର୍ଶ୍ଵରେ ଆମେ ଅନେକ ପଦାର୍ଥ ଦେଖୁ । ସେଗୁଡ଼ିକର ଉପାଦେୟତା ତଥା ଆବଶ୍ୟକତା ଅନୁସାରେ ଆମେ ସେଥ୍ମଧ୍ୟରୁ କେତେକକୁ ବ୍ୟବହାର କରିଥାଉ । ଜଳ, କାଠ, କୋଇଲା, ଖଣିଜ ପଦାର୍ଥ, ମୃତ୍ତିକା ଇତ୍ୟାଦି ଉପାଦେୟ ପ୍ରାକୃତିକ ପଦାର୍ଥର ଉଦାହରଣ ।...

# ପ୍ରାକୃତିକ ଓ ମନୁଷ୍ୟକୃତ ପଦାର୍ଥ ## ପଦାର୍ଥ **9.9:** ପ୍ରାକୃତିକ ଓ ମନୁଷ୍ୟକୃତ ପଦାର୍ଥ ଦୈନନ୍ଦିନ ଜୀବନରେ ଆମ ଚତୁଃର୍ପାର୍ଶ୍ଵରେ ଆମେ ଅନେକ ପଦାର୍ଥ ଦେଖୁ । ସେଗୁଡ଼ିକର ଉପାଦେୟତା ତଥା ଆବଶ୍ୟକତା ଅନୁସାରେ ଆମେ ସେଥ୍ମଧ୍ୟରୁ କେତେକକୁ ବ୍ୟବହାର କରିଥାଉ । ଜଳ, କାଠ, କୋଇଲା, ଖଣିଜ ପଦାର୍ଥ, ମୃତ୍ତିକା ଇତ୍ୟାଦି ଉପାଦେୟ ପ୍ରାକୃତିକ ପଦାର୍ଥର ଉଦାହରଣ । ଏକ ଅଦୃଶ୍ୟ କିନ୍ତୁ ଅତି ଉପାଦେୟ ଆବଶ୍ୟକୀୟ ପ୍ରାକୃତିକ ପଦାର୍ଥ ହେଉଛି ବାୟୁ । ଆମେ ସବୁ ସମୟରେ ବାୟୁର ସଂସ୍ପର୍ଶରେ ଆସୁ । ବାୟୁ ବିନା ଜୀବନ ଅସମ୍ଭବ । ଏ ସବୁ ବ୍ୟତୀତ ଅନେକ ପଦାର୍ଥ ଅଛି ଯାହା ମନୁଷ୍ୟକୃତ । ଆମେ ବ୍ୟବହାର କରୁଥିବା ଲୁଗାପଟା, ଆସବାବ ପତ୍ର, ବାସନକୁସନ, ଖାଦ୍ୟ ଓ ପାନୀୟ, ଜୀବନ ରକ୍ଷାକାରୀ ଔଷଧ, କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା ସାର ଓ କୀଟନାଶକ, ପ୍ଲାଷ୍ଟିକ୍ ନିର୍ମିତ ପଦାର୍ଥ, କାଗଜ, କାଳି, ବିଭିନ୍ନ ଯାନବାହନ ଇତ୍ୟାଦି ମନୁଷ୍ୟକୃତ ପଦାର୍ଥ । - ଯେଉଁ ବାୟୁ ଆମେ ସେବନ କରୁ, ଯେଉଁ ଖାଦ୍ୟ ଖାଉ, ଯେଉଁ ଜଳ ପାନ କରୁ, ଯେଉଁ ପୋଷାକ ପିନ୍ଧୁ, ଯାହା ସବୁ ଆମ ଲେଖା, ପଢ଼ା, ଖେଳ କୁଦରେ ବ୍ୟବହାର କରୁ, ଯେଉଁ ଗୃହରେ ବାସ କରୁ ଏ ସବୁ ସହିତ ଆମ ଚତୁର୍ପାଶ୍ୱସ୍ଥ ବସ୍ତୁକୁ ପଦାର୍ଥ କୁହାଯାଏ । ସେଗୁଡ଼ିକ ମଧ୍ୟରୁ କେତେକ ପ୍ରାକୃତିକ ଓ ଅନ୍ୟ କେତେକ ମନୁଷ୍ୟକୃତ ଅଟେ । **ତୁମ ପାଇଁ କାମ : ୧.୧** ତୁମେ ବ୍ୟବହାର କରୁଥିବା ଓ ଘରେ ବାହାରେ ଦେଖୁଥୁବା ଦଶଗୋଟି ପଦାର୍ଥର ତାଲିକା କର । ସେଗୁଡ଼ିକ ମଧ୍ୟରୁ କେଉଁ ଗୁଡ଼ିକ ପ୍ରାକୃତିକ ଓ ଅନ୍ୟ କେଉଁ ଗୁଡ଼ିକ ମନୁଷ୍ୟକୃତ ବାଛ । ନିମ୍ନ ସାରଣୀଟି ତୁମ ଖାତାରେ ତିଆରି କରି ପୂରଣ କର । ଶ୍ରେଣୀ ଶିକ୍ଷକଙ୍କ ସହ ଆଲୋଚନା କରି ଆବଶ୍ୟକ ସ୍ଥଳେ ସଂଶୋଧନ କରି ନିଅ । | ପ୍ରାକୃତିକ ପଦାର୍ଥ | ମନୁଷ୍ୟକୃତ ପଦାର୍ଥ | |:---|:---| | କାଠ | ଟେବୁଲ୍ | | ମାଟି | ଇଟା | ## ପଦାର୍ଥର ଗୁଣ **୧.୨ : ପଦାର୍ଥର ଗୁଣ** **ତୁମପାଇଁ କାମ : ୧.୨** (କ) ଖଣ୍ଡେ ପଥର ନେଇ ଦେଖ । ତାହା ଓଜନିଆ ଲାଗୁଛି କି ? ଗୋଟିଏ କାଚ ଗ୍ଲାସ୍‌ରେ ଜଳ ନେଇ, ଗ୍ଲାସ୍‌ର ବାହାର ପଟେ ଗୋଟିଏ ଦାଗ ଦେଇ ଭିତରେ ଥିବା ଜଳର ଉପର ସ୍ତରକୁ ଚିହ୍ନିତ କର । ପଥର ଖଣ୍ଡଟି ଧୀରେ ଗ୍ଲାସ୍ ଭିତରେ ଥିବା ପାଣିରେ ବୁଡ଼ାଇ ଦିଅ । ଗ୍ଲାସ ଭିତରେ ଥିବା ଜଳ ସ୍ତରର ପରିବର୍ତ୍ତନ ହେଲାକି ? ଜଳସ୍ତରର ଯଦି ପରିବର୍ତ୍ତନ ହେଲା, କାହିଁକି ଏପରି ହେଲା ଚିନ୍ତା କର । (ଖ) ବିଭିନ୍ନ ଆକୃତିର ତିନି-ଚାରୋଟି କାଚ ବୋତଲ ସଂଗ୍ରହ କର । ପ୍ରତି ବୋତଲରେ ଏକ ଗ୍ଲାସ ଜଳ ଭର୍ତ୍ତି କର । ବିଭିନ୍ନ ବୋତଲରେ ଜଳର ଆକୃତି ଲକ୍ଷ୍ୟ କର । ଏକା ପରିମାଣର ଜଳ ବିଭିନ୍ନ ବୋତଲରେ ଥିବା ବେଳେ ସେହି ଜଳର ଆକୃତି ଏକା ନା ପରି ଅଟେକି ? - ଜଳର କୌଣସି ଗସି ନିର୍ଦ୍ଦିଷ୍ଟ ଆକୃତି ନାହିଁ । **ପ୍ରଶ୍ନ ୧ :** ଧୂପକାଠିରୁ ବାହାରୁଥିବା ଧୂଆଁ, ବାୟୁ, ଜେଟ୍ ପ୍ଲେନ୍‌ରୁ ବାହାରୁ ଥ‌ିବା ଧୂଆଁର କିଛି ନିର୍ଦ୍ଦିଷ୍ଟ ଆକୃତି ଅଛି କି ? ଏଥୁରୁ କେଉଁ ସିଦ୍ଧାନ୍ତରେ ତୁମେ ଉପନୀତ ହେଲ ? (ଗ) ଉପରେ (ଖ)ରେ ବ୍ୟବହୃତ ହୋଇଥିବା ଯେ କୌଣସି ଗୋଟିଏ ଖାଲି ବୋତଲର ଓଜନ ନିର୍ଣ୍ଣୟ କର । ଏଥିପାଇଁ ତୁମ ସ୍କୁଲ୍‌ରେ ଥିବା ସ୍ପ୍ରିଙ୍ଗ୍ ବାଲାନ୍ସ, ବ୍ୟବହାର କରିପାର । ତା ପରେ ସେହି ବୋତଲରେ ଜଳ ପୁରାଇ ଓଜନ ନିର୍ଣ୍ଣୟ କର । ଏହି ଦୁଇଟି ଓଜନ ମଧ୍ୟରେ ଥିବା ପାର୍ଥକ୍ୟ ବାହାର କର । ଏହାଦ୍ଵାରା କେଉଁ ସିଦ୍ଧାନ୍ତରେ ଉପନୀତ ହେଲ ? **ଚିତ୍ର 9.9** - ଇଟା ଗୋଟିଏ କଠି କଠିନ ପଦାର୍ଥ । ଏହାର ନିର୍ଦ୍ଦିଷ୍ଟ ଆକୃତି ଓ ଆୟତନ ରହିଛି । **ଚିତ୍ର 9.1** - ଫଳରସ ଗୋଟିଏ ତରଳ ପଦାର୍ଥ । ଏହାର ନିର୍ଦ୍ଦିଷ୍ଟ ଆୟତନ ଅଛି । କିନ୍ତୁ ନିର୍ଦ୍ଦିଷ୍ଟ ଆକୃତି ନାହିଁ | **ତୁମ ପାଇଁ କାମ : ୧.୩** ଗୋଟିଏ ବେଲୁନ୍ ଓ ଖଣ୍ଡିଏ ସରୁସୂତା ନେଇ ପରୀକ୍ଷା କରି ପ୍ରମାଣ ରିବାକୁ ଚେଷ୍ଟାକର । ବାୟୁଚ ୟୁର ଯେ ଓଜନ ଅଛି, ଆବଶ୍ୟକ ହେଲେ ଶିକ୍ଷକଙ୍କ ସାହାଯ୍ୟ ନିଅ । ବେଲୁନ୍‌ର ଆକୃତି ଅନୁସାରେ ବାୟୁ ବିଭିନ୍ନ ଆକୃତିର ହୋଇଥାଏ **ଚିତ୍ର ୧.୩** - ବାୟୁ ଗୋଟିଏ ଗ୍ୟାସୀୟ ପଦାର୍ଥ । - ଏହାର ନିର୍ଦ୍ଦିଷ୍ଟ ଆୟତନ ଓ ଆକୃତି ନଥାଏ ଉପର ପରୀକ୍ଷଣ ଗୁଡ଼ିକରେ ବ୍ୟବହୃତ ହୋଇଥିବା ପଥରଖଣ୍ଡ, ଜଳ ଓ ଗ୍ଲାସ୍, ବେଲୁନ୍ ଓ ବେଲୁନ୍ ଭିତରେ ଥିବା ବାୟୁ ପ୍ରତ୍ୟେକ ପଦାର୍ଥ ଅଟେ, କାରଣ ଏଗୁଡ଼ିକର ଓଜନ, ଆୟତନ ଓ ଆକାର ଅଛି । ବାୟୁକୁ ଆମେ ଦେଖୂପାରୁନଥିଲେ ମଧ୍ୟ ଏହା ଏକ ପଦାର୍ଥ । ବାୟୁର ସଂସ୍ପର୍ଶରେ ଆସି ଆମେ ଏହାର ଉପସ୍ଥିତି ଜାଣିପାରୁ । **ପ୍ରଶ୍ନ ୨ :** ତାପ, ଆଲୋକ, ଅଙ୍ଗାର, ମୋବାଇଲ୍ ଫୋନ୍ ଓ ଶବ୍ଦ ପଦାର୍ଥ କି ? ଏମାନଙ୍କ ମଧ୍ଯରୁ ପଦାର୍ଥଗୁଡ଼ିକ ବାଛ । ତୁମ ଉତ୍ତର ସପକ୍ଷରେ ଯଥାଯଥ କାରଣ ଦର୍ଶାଅ । **ପ୍ରଶ୍ନ ୩ :** - ପାଖରେ ଥାଇ ଦିଶଇ ନାହିଁ - ରାଗିଲେ ସେ ସବୁ ଭାଙ୍ଗି ଦିଏ, - ଧରିଲେ, ଧରା ଦିଅଇ ନାହିଁ, - କହରେ ପିଲେ, କହସେ କିଏ ? ## ପଦାର୍ଥର ବିଭିନ୍ନ ଅବସ୍ଥା **୧.୩ : ପଦାର୍ଥର ବିଭିନ୍ନ ଅବସ୍ଥା** **ତୁମ ପାଇଁ କାମ : ୧.୪** ଗୋଟିଏ କାଚ ଗ୍ଲାସ୍‌ରେ ଖଣ୍ଡିଏ ବରଫ ରଖ । କିଛି ସମୟ ପରେ ବରଫ ଖଣ୍ଡର କି ପରିବର୍ତନ ହେଲା ଦେଖ । ଗ୍ଲାସ୍‌ରେ ବର୍ତ୍ତମାନ ଜମା ହୋଇଥିବା ତରଳ ପଦାର୍ଥ କ’ଣ ହୋଇପାରେ ? ସେହି ତରଳ ପଦାର୍ଥକୁ ଗୋଟିଏ ଆଲୁମିନିୟମ୍ ବା ଷ୍ଟିଲ୍‌ ବାଟିରେ ନେଇ ଗରମ କରି ଦେଖ କ’ଣ ହେଉଛି । କିଛି ସମୟ ପରେ ସେହି ବାଟି ଉପରେ ଗୋଟିଏ ଥାଳିଆ ଢ଼ାଙ୍କି ରଖ ଓ ଗରମ କରିବା ବନ୍ଦ କରିଦିଅ । ବାଟି ଓ ଥାଳିଆ ଥଣ୍ଡା ହୋଇଯିବା ପରେ, ଥାଳିଆ ବାହାର କରି ଦେଖ, ତା ତଳ ପଟରେ କ’ଣ ସବୁ ଲାଗିଛି ? ଏହିପରି ଢ଼ାଙ୍କୁଣୀର ତଳପଟେ ଜଳବିନ୍ଦୁ ଜମିଯିବାର ଅନ୍ୟ କେଉଁଠି ଦେଖୁଛ, ତାହା ତୁମ ଖାତାରେ ଲେଖ । ବରଫ ଖଣ୍ଡର ଅବସ୍ଥାରେ ଯେଉଁ ପରିବରଭନ ହେଲା ତାହା ଦେଖୁଲ । କଠିନ ବରଫ ତରଳି ଯେଉଁ ପଦାର୍ଥ ଉତ୍ପନ୍ନ ହେଲା ତାହା ନିଶ୍ଚୟ ଜଳ, କାରଣ ଜଳରୁ ହିଁ ବରଫ ତିଆରି ହୋଇଥାଏ । ବରଫ ଜଳର କଠିନ ଅବସ୍ଥା ଓ ଜଳ ବରଫର ତରଳ ଅବସ୍ଥା । ତରଳ ଜଳକୁ ଗରମ କରିବାରୁ ସେଥୁରୁ ବାମ୍ଫ ବାହାରିବା ଦେଖୁଲ । ତାହା ଜଳର ଗ୍ୟାସୀୟ ଅବସ୍ଥା । ବାମ୍ଫ ଯେତେବେଳେ ଥାଳିଆର ତଳ ପଟରେ ଲାଗି ଥଣ୍ଡା ହେଲା, ତାହା ପୁଣି ତରଳ ଜଳରେ ପରିଣତ ହୋଇ ଟୋପା ଟୋପା ହୋଇ ଲାଗିଥିଲା । ଦେଖାଗଲା ଯେ କଠିନ ବରଫ ତରଳି ତରଳ ଜଳ ହୁଏ, ତରଳ ଜଳକୁ ଉତ୍ତପ୍ତ କଲେ ଏହାର ଗ୍ୟାସୀୟ ଅବସ୍ଥା ବାମ୍ଫରେ ପରିବର୍ଷିତ ହୁଏ । ବାମ୍ଫକୁ ଥଣ୍ଡା କଲେ ପୁଣି ତରଳ ଜଳ ମିଳେ । ସେହି ତରଳ ଜଳକୁ ଅଧୂକ ଥଣ୍ଡା କଲେ (ଫ୍ରିଜ୍ ଭିତରେ ରଖାଯାଇପାରେ) କ’ଣ ହୁଏ ନିଜେ କରି ଦେଖ । **ତୁମ ପାଇଁ କାମ : ୧.୫** ଖଣ୍ଡିଏ ମହମ ମୁଣ୍ଡାକୁ ଗୋଟିଏ ଆଲୁମିନିୟମ୍ ବା ଷ୍ଟିଲ୍‌ ବାଟିରେ ନେଇ ଗରମ କରିଦେଖ । ଏହି ପ୍ରକ୍ରିୟାରେ ଘଟୁଥିବା ପରିବର୍ତ୍ତନକୁ ଲେଖୁ ରଖ । ତୁମ ଶ୍ରେଣୀର ଅନ୍ୟ ଛାତ୍ର ଛାତ୍ରୀ ଓ ଶିକ୍ଷକଙ୍କ ସହ ପଦାର୍ଥର ଏହି ଗୁଣ ବିଷୟରେ ଆଲୋଚନା କର । **ଚିତ୍ର ୧.୪** - ବରଫ ଖଣ୍ଡ - ଜଳର କଠିନ ଅବସ୍ଥା **ଚିତ୍ର ୧.୫** - ଗ୍ଲାସ୍‌ରେ ଥିବା ଜଳ - ଜଳର ତରଳ ଅବସ୍ଥା **ଚିତ୍ର ୧.୬** - କେଟ୍‌ଲୀରୁ ବାହାରୁଥିବା ବାମ୍ଫ - ଜଳର ଗ୍ୟାସୀୟ ଅବସ୍ଥା ପ୍ରତ୍ୟେକ ପଦାର୍ଥର ତିନୋଟି ଅବସ୍ଥା ଅଛି ଯଥା: (କ) କଠିନ ଅବସ୍ଥା, (ଖ) ତରଳ ଅବସ୍ଥା ଓ (ଗ) ଗ୍ୟାସୀୟ ଅବସ୍ଥା । ପଦାର୍ଥ ଗୋଟିଏ ଅବସ୍ଥାରୁ ଅନ୍ୟ ଗୋଟିଏ ଅବସ୍ଥାକୁ ରୂପାନ୍ତରିତ ହେବା, ଏହାର ଭୌତିକ ପରିବର୍ତ୍ତନ ଅଟେ । ଏହି ସମୟରେ ପଦାର୍ଥର କେତେକ ଭୌତିକ ଗୁଣର ପରିବତ୍ତର୍ନ ହୋଇଥାଏ । ପଦାର୍ଥର କେଉଁ ଅବସ୍ଥାରେ କେଉଁ କେଉଁ ଗୁଣ ଥାଏ ତାହା ସଂକ୍ଷେପରେ ଆଲୋଚନା କରିବା । (କ) ପଦାର୍ଥର କଠିନ ଅବସ୍ଥା : ଏହି ଅବସ୍ଥାରେ ପଦାର୍ଥର ନିଜସ୍ଵ ଆକାର, ଆୟତନ ଓ ବସ୍ତୁତ୍ଵ ଥାଏ । ଏହାକୁ ଯେଉଁଠାରେ ରଖିଲେ ମଧ୍ୟ ଏହା କିଛି ସ୍ଥାନ ଅଧୂକାର କରେ । ନିଜ ମନରୁ ଓ ଅନୁଭୂତିରୁ କେତୋଟି ଉଦାହରଣ ଦିଅ । (ଖ) ପଦାର୍ଥର ତରଳ ଅବସ୍ଥା : ଏହି ଅବସ୍ଥାରେ ପଦାର୍ଥର ନିଜସ୍ୱ ଆୟତନ ଓ ବସ୍ତୁତ୍ଵ ଥାଏ, କିନ୍ତୁ ନିର୍ଦ୍ଦିଷ୍ଟ ଆକାର ନଥାଏ । ଯେପରିକି ଅଧାଲିଟର କ୍ଷୀର ପଲିଥୁନ୍ ପାଉଚ୍‌ରେ ଆଣିବା ବେଳେ ଏହା ସେହି ପାଉଚ୍‌ର ଆକୃତିର ହୋଇଥାଏ । ପାଉଚ୍‌ରୁ ବାହାର କରି ଫୁଟେଇବା ପାଇଁ ଯେଉଁ ପାତ୍ରରେ ନିଆଯାଏ, ତାହା ସେହି ପାତ୍ରର ଆକୃତି ଧାରଣ କରିଥାଏ । ନିଜ ଅନୁଭୂତିରୁ ଅନ୍ୟ କିଛି ତରଳ ପଦାର୍ଥର ଉଦାହରଣ ନିଅ । **ଚିତ୍ର - ୧.୭** - ସମତଳ ଜଳର ସ୍ତର - ବିକର - ପାଣି - ପିଇବା କନିକାଲ୍ ଫ୍ଲାସ୍କ - ଫ୍ଲାସ୍କ - ଗ୍ଲାସ୍ - ଜଳ ଏଠାରେ ଲକ୍ଷ୍ୟ କରିବାର କଥା ଯେ ତରଳ ପଦାର୍ଥକୁ ସର୍ବଦା ପାତ୍ର ମଧ୍ଯରେ ରଖିବାକୁ ହୁଏ ଏବଂ ସେହି ତରଳ ପଦାର୍ଥ ଯେଉଁ ପାତ୍ରରେ ରଖାଯାଇଥାଏ, ସେହି ଆକୃତି ପ୍ରାପ୍ତ ହୋଇଥାଏ । ତୁମେ ଦେଖୁଥୁବ ଯେ ଝରଣା ପାହାଡର ଉପରୁ ତଳକୁ ବହି ଆସେ । ସେହିପରି ନଈରେ ପାଣି ଉପର ସ୍ତରରୁ ତଳ ସ୍ତରକୁ ବହିଥାଏ । ସହରମାନଙ୍କରେ ଛାତ ଉପରେ ଥିବା ଟାଙ୍କିରୁ ପାଣି ତଳକୁ ବହି ଆସି ଟ୍ୟାପ୍ ମାନଙ୍କରେ ଜଳ ବାହାରେ । କାରଣ ପଦାର୍ଥ ତରଳ ଅବସ୍ଥାରେ ସର୍ବଦା ନିମ୍ନଗାମୀ । ଘରେ/ ଦୋକାନରେ ତେଲ, କ୍ଷୀର, ଜଳ ଇତ୍ୟାଦି ତରଳ ପଦାର୍ଥକୁ କିପରି ରଖାଯାଏ ଲକ୍ଷ୍ୟ କର । (ଗ) ପଦାର୍ଥର ଗ୍ୟାସୀୟ ଅବସ୍ଥା : ଏହି ଅବସ୍ଥାରେ ପଦାର୍ଥର କୌଣସି ନିର୍ଦ୍ଦିଷ୍ଟ ଆକାର ଏବଂ ଆୟତନ ନ ଥାଏ, ମାତ୍ର ବସ୍ତୁତ୍ଵ ଥାଏ । ସାମାନ୍ୟ ତାପ ଓ ଚାପର ତାରତମ୍ୟ ହେଲେ ଏହାର ଆୟତନର ହ୍ରାସ ବୃଦ୍ଧି ଘଟେ | ଅମ୍ଳଜାନ, ଉଦ୍‌ଜାନ, ଯବକ୍ଷାରଜାନ ଇତ୍ୟାଦି ଗ୍ୟାସୀୟ ପଦାର୍ଥ । ତୁମେ ଆଉ କେତୋଟି ଉଦାହରଣ ମନରୁ ଲେଖ । ଗ୍ୟାସୀୟ ପଦାର୍ଥ ଗୁଡ଼ିକୁ ସର୍ବଦା ଆବଦ୍ଧ ପାତ୍ରରେ ରଖାଯାଏ । ଗ୍ୟାସୀୟ ପଦାର୍ଥକୁ ଯେଉଁ ଆବଦ୍ଧ ପାତ୍ରରେ ରଖାଯାଏ, ତାହା ସେହି ପାତ୍ର ମଧ୍ୟରେ ସଂପୂର୍ଣ୍ଣ ରୂପେ ବ୍ୟାପିଯାଏ । ଗ୍ୟାସର ପରିମାଣ କମ୍ ବେଶୀ ବା ଆବଦ୍ଧପାତ୍ର ଛୋଟ ବଡ଼ ଯାହା ହେଲେ ମଧ୍ୟ ଏହି ବ୍ୟାପିବା ପ୍ରକ୍ରିୟାରେ ଫରକ ପଡ଼େ ନାହିଁ । ଗୋଟିଏ ଖୋଲା ବୋତଲରେ ଜଳନ୍ତା ଧୂପକାଠିଟିଏ ପୁରାଇ କାଢିଆଣ । ବୋତଲ ମୁହଁକୁ ଠିପି ଦେଇ ବନ୍ଦକର । ଲକ୍ଷ୍ୟ କଲେ ଦେଖୁବ ଧୂପକାଠି ଧୂଆଁ ଅଳ୍ପ ସମୟରେ ପୁରା ବୋତଲଟି ଭିତରେ ବ୍ୟାପିଯିବ । ଏବେ କହିଲ ଦେଖ୍ ଠିପିକୁ ଖୋଲି ଦେଲେ କ’ଣ ହେବ ? - ଡାକ୍ତରଖାନା ଇସ୍ପାତ ଟାଙ୍କି ମଧ୍ୟରେ ଥ‌ିବା ଅମ୍ଳଜାନ ଗ୍ୟାସ୍ ଯେତେବେଳେ ଉଚ୍ଚ ଚାପଯୁକ୍ତ ହୋଇ ରହିଥାଏ, ସେତେବେଳେ ତାହା ତରଳ ଅବସ୍ଥାରେ ଥାଏ। ଗ୍ୟାସ ସିଲିଣ୍ଡରରେ ମଧ୍ଯ ଇନ୍ଧନ ଗ୍ୟାସ ଉଚ୍ଚଚାପରେ ତରଳ ଅବସ୍ଥାରେ ଥାଏ। ରେଗୁଲେଟର ସାହାଯ୍ୟରେ ଯେତେବେଳେ ଟାଙ୍କି ମୁହଁ ଖୋଲାଯାଏ ତାହା ବାୟୁମଣ୍ଡଳୀୟ ଚାପ ପାଇ ପୁଣି ଗ୍ୟାସୀୟ ଅବସ୍ଥାକୁ ଆସିଯାଏ। - ବାୟୁ ମଣ୍ଡଳରେ ଥିବା ଅମ୍ଳଜାନ ଗ୍ୟାସୀୟ ଅବସ୍ଥାରେ ହିଁ ରହିଥାଏ । କାରଣ ବାୟୁମଣ୍ଡଳୀୟ ତାପମାତ୍ରା ଓ ଚାପରେ ଏହା ଗୋଟିଏ ଗ୍ୟାସୀୟ ପଦାର୍ଥ ଅଟେ | **ତୁମ ପାଇଁ କାମ : ୧.୬** ବିଭିନ୍ନ ଆକୃତିର ତିନୋଟି ସାନ ବଡ଼ କାଚ ବୋତଲ ନିଅ । ଗୋଟିଏ ଛୋଟ କପ୍‌ରେ ଜଳ ଭରି ସେହି ବୋତଲ ଗୁଡ଼ିକଟେ କରେ ଢ଼ାଳ । ଜଳର ପରିମାଣ ସମାନ ହୋଇଥିଲେ ମଧ୍ୟ ବୋତଲର ଆକୃତି ଓ ଆକାଚ ନାର ଅନୁସାରେ ତିନୋଟି ବୋତଲର ଜଳର ଆକୃତି ତିନିପ୍ରକାର ଦେଖାଯିବ । ଏହା ବଡ଼ ବୋତଲରେ କମ୍ ଅଂଶରେ ରହିଯାଇ ପାରୁଛି । କିନ୍ତୁ ଛୋଟ ବୋତଲରେ ବେଶୀ ଅଂଶ ଅଧୂକାର କରୁଛି । ସେହି ବୋତଲ ଗୁଡ଼ିକରୁ ଜଳ ବାହାର କରିଦିଅ । ଗୋଟିଏ ଲେଖାଏଁ ସେଫ୍‌ଟିପିନ୍‌କୁ ଉପରୋକ୍ତ ପ୍ରତ୍ଯେକ ଦେ କ ବୋତଲ ଭିତରେ (ଗୋଟିଏ ପରେ ଅନ୍ୟଟିରେ) ପକାଇ ଦେଖ । ସେଫ୍‌ଟିପିନ୍‌ଟିର ଆକାର, ଆକୃତି ଓ ଆୟତନରେ କୌଣସି ପରିବର୍ତ୍ତନ ହେଉନାହିଁ । ତିନୋଟି ବୋତଲର ଆକାର ଓ ଆକୃତି ଦ୍ଵାରା ସେଫ୍‌ଟିପିନ୍ ପିନ୍ ପ୍ରଭାବିତ ହେଉନାହିଁ । ବୋତଲ ଭିତରୁ ସେଫ୍‌ଟିପିନ୍ ବାହାର କରିଦିଅ । ଦୁଇ ତିନୋଟି ଧୂପକାଠିକୁ ଏକାଠି କରି ଜଳାଇ ାଇ ସେଥ୍ରୁ ବାହାରୁଥିବା ଧୂଆଁକୁ ଉପରୋକ୍ତ ତିନୋଟି ବୋତଲ ଭିତରକୁ ଏକ ମିନିଟ୍ ପାଇଁ ଛାଡ଼ି ଠିପି ବ ବନ୍ଦ କରିଦିଅ । ବୋତଲ ଭିତରେ ଧୂଆଁ କିପରି ରହୁଛି ଲକ୍ଷ୍ୟ କର । **ଚିତ୍ର ୧.୮** - ଲମ୍ବାଳିଆ ବେଲୁନ୍ - ଗୋଲ୍ ବେଲୁନ୍ ଗ୍ୟାସୀୟ ପଦାର୍ଥ ଯେଉଁଥ୍ରେ ରଖୁବ ତାହା ସମ୍ପୂର୍ଣ୍ଣ ସ୍ଥାନ ବ୍ୟାପିଯିବ ଧୂଆଁ ଯେଉଁ ବୋତଲରେ ରହୁଛି ସେହି ବୋତଲକୁ ସଂପୂର୍ଣ ରୂପେ ବ୍ୟାପି ଯାଉଛି ଓ ସେହି ବୋତଲର ଆକୃତି ଧାରଣ କରୁଛି । ଠିପି ଖୋଲି ଦେଲେ ବୋତଲରୁ ଧୂଆଁ ବାହାରି ଯାଉଛି । ଉପର ପରୀକ୍ଷାରେ ସେଫ୍‌ଟିପିନ୍, ଜଳ ଓ ଧୂପଧୂଆଁକୁ ତୁମେ ଗରମ କରିନାହଁ କି ଥଣ୍ଡା କ

Use Quizgecko on...
Browser
Browser