ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ (DEMOCRATIC DECENTRALIZATION) PDF
Document Details
Uploaded by FaultlessTuba
Tags
Summary
This document discusses democratic decentralization, emphasizing the importance of local governance in addressing local issues and involving citizens in decision-making. It explores the concept of Panchayati Raj and the role of local institutions in India's governance system.
Full Transcript
# ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ (DEMOCRATIC DECENTRALIZATION) ସୀମିତ ଭୂଖଣ୍ଡ ମଧ୍ୟରେ ସ୍ଥାନୀୟ ବା ସ୍ନାୟତ୍ତ ସରକାର ସ୍ଥାନୀୟ ଜନସାଧାରଣଙ୍କୁ ଆଞ୍ଚଳିକ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ମତପ୍ରକାଶ କରିବାର ସୁଯୋଗ ପ୍ରଦାନ କରିଥାଏ । ଏହା ସ୍ଥାନୀୟ ବ୍ୟାପାରଗୁଡ଼ିକର ଯତ୍ନ ନେବା ସକାଶେ ପ୍ରତିନିଧୂ ବାଛିବା କ୍ଷମତା ଜନସାଧାରଣଙ୍କୁ ପ୍ରଦାନ କରିଥାଏ । ଗଣତ...
# ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ (DEMOCRATIC DECENTRALIZATION) ସୀମିତ ଭୂଖଣ୍ଡ ମଧ୍ୟରେ ସ୍ଥାନୀୟ ବା ସ୍ନାୟତ୍ତ ସରକାର ସ୍ଥାନୀୟ ଜନସାଧାରଣଙ୍କୁ ଆଞ୍ଚଳିକ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ମତପ୍ରକାଶ କରିବାର ସୁଯୋଗ ପ୍ରଦାନ କରିଥାଏ । ଏହା ସ୍ଥାନୀୟ ବ୍ୟାପାରଗୁଡ଼ିକର ଯତ୍ନ ନେବା ସକାଶେ ପ୍ରତିନିଧୂ ବାଛିବା କ୍ଷମତା ଜନସାଧାରଣଙ୍କୁ ପ୍ରଦାନ କରିଥାଏ । ଗଣତନ୍ତ୍ର ଶାସନ ଲୋକମାନଙ୍କର ଶାସନ । ଲୋକମାନେ ହିଁ ଏହି ଶାସନର ଅଧୂକାରୀ । ପରୋକ୍ଷ ଗଣତନ୍ତ୍ର ହେଉଛି ପ୍ରତିନିଧୂମୂଳକ ଶାସନ । ଲୋକ ପ୍ରତନିଧୂଙ୍କ ଦ୍ୱାରା ଆଇନ ପ୍ରଣୟନ କରାଯାଇ ଶାସନ ପରିଚାଳିତ ହୁଏ । ଭାରତୀୟ ଗଣତାନ୍ତ୍ରିକ ଶାସନ ହେଉଛି ରାଷ୍ଟ୍ରସଂଘୀୟ ଶାସନ । ଏଠାରେ ଦୁଇଟି ସରକାର ଦେଖାଯାଏ । କ୍ଷମତା ବିକେନ୍ଦ୍ରୀକରଣ ଏଠାକାର ଶାସନର ଅନ୍ୟ ଏକ ଦିଗ ଅଟେ । ଶାସନର ସର୍ବନିମ୍ନ ସ୍ତର ଅଥବା ତୃଣମୂଳ ସ୍ତରରେ ଗଣତନ୍ତ୍ର ପ୍ରତିଷ୍ଠା କରୁଥିବାରୁ ସ୍ଥାନୀୟ ବା ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ମଧ୍ୟ ତୃଣମୂଳ ଗଣତନ୍ତ୍ର କୁହାଯାଏ । କ୍ଷମତାର ବିକେନ୍ଦ୍ରୀକରଣ ଅଥବା କେନ୍ଦ୍ର ସ୍ତରର କ୍ଷମତାକୁ ନିମ୍ନସ୍ତରକୁ ହସ୍ତାନ୍ତର କରିବା ଦ୍ଵାରା ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଉଥିବାରୁ ଏହାକୁ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ (Democratic Decentralisation) ବୋଲି ମଧ୍ୟ କୁହାଯାଏ । ଦେଶର ସମସ୍ତ ଲୋକ କେନ୍ଦ୍ର କିମ୍ବା ରାଜ୍ୟ ସରକାରରେ ଅଂଶଗ୍ରହଣ କରିବା ସମ୍ଭବ ନୁହେଁ । ତେଣୁ ପ୍ରକୃତ ଶାସନ କିପରି ଚାଲିଛି ତାହା ସେମାନେ ଜାଣିପାରନ୍ତି ନାହିଁ ଏବଂ ରାଷ୍ଟ୍ରର ପରିଚାଳନା ବିଷୟରେ ଅଂଶଗ୍ରହଣ କରିପାରୁନଥୁବାରୁ ରାଜନୀତିର ବାସ୍ତବ ଜ୍ଞାନ ସେମାନଙ୍କର ଜନ୍ମେ ନାହିଁ । ତେଣୁ ସ୍ଥାନୀୟ ସମସ୍ୟା ମଧ୍ୟ ମେଣ୍ଟିପାରେ ନାହିଁ । ରାଜନୈତିକ କ୍ଷମତାର ବିକେନ୍ଦ୍ରୀକରଣ, ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ଉନ୍ନତି ସାଧନ ନିମନ୍ତେ ସ୍ଵାୟତ୍ତଶାସନ ସଂସ୍ଥାର ଭୂମିକା ଗୁରୁତ୍ବପୂର୍ଣ । ଏହି ସଂସ୍ଥାମାନେ ମଧ୍ୟ ସରକାରଙ୍କ ଅପରିହାର୍ଯ୍ୟ ଅଂଶବିଶେଷ । କାରଣ ସରକାରଙ୍କ ଦକ୍ଷ ଶାସନ ପରିଚାଳନାରେ ସ୍ଥାନୀୟ ସମସ୍ୟାଗୁଡ଼ିକର ସମାଧାନ କରିବା ପାଇଁ ସେମାନେ ଅଧୁକ ସକ୍ରିୟ ହୋଇଥାଆନ୍ତି । ସ୍ଵାୟତ୍ତ ଶାସନ ସଂସ୍ଥାମାନେ ବିଭାଗୀୟ କାର୍ଯ୍ୟଗୁଡ଼ିକର ସଂଯୋଜକ ହିସାବରେ ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରିଥାଆନ୍ତି । ସେମାନେ ମଧ୍ୟ ବୈଷୟିକ ଜ୍ଞାନପ୍ରାପ୍ତ ନାଗରିକମାନଙ୍କୁ ସ୍ଥାନୀୟ ସମସ୍ୟାର ସମାଧାନ ଦିଗରେ ପ୍ରୋତ୍ସାହିତ କରିଥାଆନ୍ତି । # ସ୍ୱାୟତ୍ତଶାସନ ସୀମିତ ଭୂଖଣ୍ଡ ମଧ୍ୟରେ ସ୍ଥାନୀୟ ଜନସାଧାରଣଙ୍କୁ ଆଞ୍ଚଳିକ ସୁବିଧା ସୁଯୋଗ, ଉନ୍ନୟନ ଓ ସ୍ଥାନୀୟ ଲୋକମାନଙ୍କୁ ଶାସନରେ ସୁବିଧା ଦେବାପାଇଁ ଏକ ଶାସନ ବ୍ୟବସ୍ଥା ରହିଛି । ସ୍ନାୟତ୍ତ ଶାସନ ବ୍ୟବସ୍ଥାର ଅର୍ଥ ହେଉଛି ସ୍ଥାନୀୟ ଲୋକମାନେ ନିଜର ନିର୍ଦ୍ଦିଷ୍ଟ ଓ ପରିସର ମଧ୍ୟରେ ଶାସନରେ ଅଂଶଗ୍ରହଣ କରିବା । ସ୍ୱାୟତ୍ତଶାସନ ସଂସ୍ଥା ସ୍ଥାନୀୟ ଗ୍ରାମ ତଥା ସହରଗୁଡ଼ିକର ଉନ୍ନତି କରିଥାଏ । ଏହି ସଂସ୍ଥାଗୁଡ଼ିକ ସରକାରଙ୍କ ଦ୍ବାରା ନିୟନ୍ତ୍ରିତ ହେଲେ ମଧ୍ୟ ସ୍ଥାନୀୟ ଉନ୍ନୟନ ତଥା ବହୁବିଧ ସମସ୍ୟାର ସମାଧାନ କରିଥାଏ । ସ୍ଥାନୀୟ ଲୋକମାନେ ଅଂଶଗ୍ରହଣ କରନ୍ତି । ଏହାଦ୍ଵାରା ସେମାନେ ଶାସନ ବିଷୟରେ ସଚେ ଚତନ ହୁଅନ୍ତି । ଆମ ସମ୍ବିଧାନର ଚତୁର୍ଥ ପରିଚ୍ଛେଦରେ ରାଷ୍ଟ୍ର ନିର୍ଦ୍ଦେଶକ ନୀତି ତଥା ୪୦ ଅନୁଚ୍ଛେଦ ଅନୁଯାୟୀ ଗ୍ରାମପଞ୍ଚାୟତ ଗଠନ ପାଇଁ ବ୍ୟବସ୍ଥା ହୋଇଅଛି । ସ୍ଵାୟତ୍ତଶାସନ ବ୍ୟବସ୍ଥାରେ ଆଞ୍ଚଳିକ ସଂସ୍ଥା ଦ୍ଵାରା ଶାସନ ତଥା ଉନ୍ନୟନ କାର୍ଯ୍ୟ ପରିଚାଳିତ ହେଉଥୁବାରୁ ଜନରୁଚି ଅନୁଯାୟୀ ଶାସନକାର୍ଯ୍ୟ ପରିଚାଳିତ ହୁଏ । ଏଣୁ ଗଣତନ୍ତ୍ର ଶାସନରେ ସ୍ଵାୟତ୍ତଶାସନ ବ୍ୟବସ୍ଥାର ଭୂମିକା ଗୁରୁତ୍ଵପୂର୍ଣ । # ସ୍ୱାୟତ୍ତଶାସନ ବ୍ୟବସ୍ଥାର ଗୁରୁତ୍ଵ ସ୍ଵାୟତ୍ତଶାସନ ବ୍ୟବସ୍ଥା ଦ୍ବାରା ସ୍ଥାନୀୟ ଲୋକମାନେ ସେମାନଙ୍କର ସ୍ଥାନୀୟ ସମସ୍ୟା ପ୍ରତି ସଜାଗ ରହି ସେମାନଙ୍କର ସମାଧାନ କରନ୍ତି । ଲୋକମାନେ ଶାସନ ବିଷୟରେ ବାସ୍ତବ ଅଭିଜ୍ଞତା ଅର୍ଜନ କରନ୍ତି । ସ୍ନାୟତ୍ତ ଶାସନ ବ୍ୟବସ୍ଥା ଦ୍ଵାରା ସରକାରଙ୍କ ବ୍ୟୟ ସଙ୍କୋଚ ହୁଏ । କାରଣ ସ୍ଥାନୀୟ ଭିଭିରେ ଅଳ୍ପ ଖର୍ଚ୍ଚରେ ଶାସନକାର୍ଯ୍ୟ ପରିଚାଳିତ ହୁଏ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଦାୟିତ୍ଵ ତଥା କାର୍ଯ୍ୟ ବହୁବିଧ । କେନ୍ଦ୍ର ସରକାର ହେଉ କିମ୍ବା ରାଜ୍ୟ ସରକାର ହେଉ ଗୋଟିଏ ସ୍ଥାନରୁ ଶାସନ ପରିଚାଳନା କରି ସମସ୍ତ ଅଞ୍ଚଳ ପ୍ରତି ସମାନ ଦୃଷ୍ଟି ଦେବା ଅସମ୍ଭବ । ତେଣୁ ସରକାରଙ୍କ ଦ୍ଵାରା ସମସ୍ତ ସ୍ଥାନୀୟ ସମସ୍ୟା ସମାଧାନ ହୋଇପାରେ ନାହିଁ । ସ୍ୱାୟତ୍ତଶାସନ ବ୍ୟବସ୍ଥା ଦ୍ବାରା ସ୍ଥାନୀଯ ସମସ୍ୟାର ସମାଧାନ ହୁଏ । ତେଣୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦାୟିତ୍ଵ ହ୍ରାସ ପାଏ । ସ୍ୱାୟତ୍ତଶାସନ ବ୍ୟବସ୍ଥା ଦ୍ୱାରା ସୁଚାରୁ ରୂପେ ଶାସନ ପରିଚାଳନା ହୁଏ । # ଗଣତନ୍ତ୍ର ଶାସନରେ ସ୍ୱାୟତ୍ତଶାସନ ସଂସ୍ଥାର ଭୂମିକା ଗଣତନ୍ତ୍ର ଶାସନ ଜନତାର ଶାସନ । ପ୍ରତ୍ୟେକ ବ୍ୟକ୍ତିର ଏହି ଶାସନରେ ମୂଲ୍ୟ ରହିଛି। ବ୍ୟକ୍ତିର ମତ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଏ । ତେଣୁ ଲୋକମାନେ ଗଣତନ୍ତ୍ର ଶାସନ ପଦ୍ଧତି ବିଷୟରେ ବାସ୍ତବ ଜ୍ଞାନ ତଥା ଅଭିଜ୍ଞତା ଅର୍ଜନ କରିବା ପ୍ରୟୋଜନ । ସ୍ଵାୟତ୍ତଶାସନ ସଂସ୍ଥା ଗଣତନ୍ତ୍ରର ପରୀକ୍ଷାଗାର ରୂପେ କାର୍ଯ୍ୟ କରେ । ଏହା ଶାସନ ବିଷୟରେ ଲୋକମାନଙ୍କୁ ଅଭିଜ୍ଞ ତଥା ପାରଦର୍ଶୀ କରାଏ । ତେଣୁ ଗଣତନ୍ତ୍ରରେ ସ୍ଵାୟତ୍ତଶାସନ ସଂସ୍ଥା ଶିକ୍ଷାକେନ୍ଦ୍ର ରୂପେ କାର୍ଯ୍ୟ କରେ । ସ୍ୱାୟତ୍ତଶାସନ ସଂସ୍ଥା ଦ୍ଵାରା ଲୋକମାନଙ୍କ ମଧ୍ୟରେ ଭ୍ରାତୃଭାବ ଜନ୍ମେ ଓ ଶ୍ରଦ୍ଧା ମନୋଭାବର ଅଭିବୃଦ୍ଧି ଘଟେ । ଏହା ସମାଜରେ ଐକ୍ୟଭାବ ପ୍ରତିଷ୍ଠା କରେ । କାରଣ ସମସ୍ତେ ଅଭାବ ଅସୁବିଧା ହୃଦୟଙ୍ଗମ କରି ସମୂହ ଉନ୍ନତି ପ୍ରତି ଯତ୍ନବାନ ହୁଅନ୍ତି । ଏହାଦ୍ଵାରା ନେତୃତ୍ବ ସୃଷ୍ଟି ହୁଏ ଏବଂ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ ସମସ୍ତଙ୍କୁ ସରକାର ଓ ଶାସନ ବିଷୟରେ ସଚେତନ କରାଏ । # ସ୍ଵାୟତ୍ତ ଶାସନ ବ୍ୟବସ୍ଥାର ପ୍ରକାର ସ୍ଵାୟତ୍ତ ଶାସନ ବ୍ୟବସ୍ଥା ଦୁଇ ପ୍ରକାରର, ଯଥା: 1. ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା 2. ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା # ପଞ୍ଚାୟତିରାଜ (Panchayatiraj) ## ପଞ୍ଚାୟତିରାଜର ଉତ୍ପତ୍ତି ମହାତ୍ମାଗାନ୍ଧିଙ୍କ ଗ୍ରାମ ସ୍ଵରାଜ ଚିନ୍ତାଧାରା ସ୍ଵାଧୀନତାର ଦୀର୍ଘ ୪୫ ବର୍ଷ ପରେ ୭୩ତମ ସମ୍ବିଧାନ ଶୋଧନ ବିଧେୟକ ରୂପରେ ୧୯୯୨ ମସିହା ଡିସେମ୍ବର ୨୨ ତାରିଖରେ ଲୋକସଭା ଦ୍ବାରା ଗୃହୀତ ହେଲା ଓ ୧୯୯୩ ମସିହା ଏପ୍ରିଲ ମାସ ୨୦ ତାରିଖରୁ ଆଇନରେ ପରିଣତ ହେଲା । ଏହି ସଂଶୋଧନ ବ୍ୟବସ୍ଥା ଦ୍ବାରା ପଞ୍ଚାୟତିରାଜକୁ ଅଧିକ କ୍ଷମତା ଦିଆଯାଇଛି । କ୍ଷମତାର ବିକେନ୍ଦ୍ରୀକରଣ ହେଉଛି ପଞ୍ଚାୟତିରାଜର ମୂଳ ଲକ୍ଷ୍ୟ । ୭୩ତମ ସମ୍ବିଧାନ ସଂଶୋଧନ ବ୍ୟବସ୍ଥା ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସ୍ତରରେ ହିଁ ସାମ୍ବିଧାନିକ କ୍ଷମତା ସୀମିତ ଥିଲା । ବର୍ତ୍ତମାନ ତୃତୀୟ ସ୍ତରରେ ସାମ୍ବିଧାନିକ ସରକାର ଗଠନର ବ୍ୟବସ୍ଥା ସ୍ଥାନୀୟ ଶାସନ ଦ୍ବାରା ଲୋକଙ୍କୁ ପ୍ରାପ୍ତ ହୋଇଛି । ସେଗୁଡ଼ିକ ହେଲା ପଞ୍ଚାୟତ ସ୍ତରରେ ଗ୍ରାମପଞ୍ଚାୟତ, ବ୍ଳକସ୍ତରରେ ପଞ୍ଚାୟତ ସମିତି ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦ । ଏହାଦ୍ଵାରା ସାଧାରଣ ଲୋକଙ୍କ ହସ୍ତରେ ଶାସନ କ୍ଷମତା ଅର୍ପଣ କରାଯାଇଛି । # ପଞ୍ଚାୟତିରାଜର ସ୍ଥାନ ଏହାପୂର୍ବରୁ ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତି କାର୍ଯ୍ୟକାରୀ ହେଉଥିଲେ ସୁଦ୍ଧା କ୍ଷମତା ରାଜ୍ୟ ସରକାରଙ୍କ ଠୁଳ ହୋଇଥୁଲା । ରାଜ୍ୟ ସରକାର ନିଜ ଇଚ୍ଛାନୁସାରେ ଏହି ଅନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ କରୁଥିଲେ । ମାତ୍ର ବ୍ୟବସ୍ଥାରେ ରାଜ୍ୟ ସରକାର ଆଗଭଳି ନିଜ ଇଚ୍ଛାନୁସାରେ ପଞ୍ଚାୟତ ଅନୁଷ୍ଠାନଗୁଡ଼ିକୁ ଭାଙ୍ଗିପାରିବେ ନାହିଁ । ଯଦି ପଞ୍ଚାୟତଗୁଡ଼ିକ ଅସାମ୍ବିଧାନିକ କାର୍ଯ୍ୟରେ ଲିପ୍ତ ହୁଅନ୍ତି, ତାହେଲେ ସମ୍ବିଧାନର ଧାରା ୨୪୩(ଙ) (୧) ଅନୁଯାୟୀ ଏଗୁଡ଼ିକୁ ଭାଙ୍ଗି ଦେଇପାରିବେ, କିନ୍ତୁ ଧାରା ୨୪୩(ଙ)(୩) ଅନୁସାରେ ୬ ମାସ ମଧ୍ୟରେ ନିର୍ବାଚନ କରିବାକୁ ବାଧ୍ଯ # ପଞ୍ଚାୟତିରାଜକୁ ନୂତନ କ୍ଷମତା (New Powers to Panchayatiraj) ପଞ୍ଚାୟତ ସଂସ୍ଥାମାନଙ୍କର ଗଠନ ସମ୍ବିଧାନ ଅନୁସାରେ ମାତ୍ର ରାଜ୍ୟ ସରକାରଙ୍କ ଆଇନ ବଳରେ ହୋଇଥାଏ । ତେଣୁ ଗଠନରେ କିଛିଟା ପାର୍ଥକ୍ୟ ଦେଖାଯାଇପାରେ । କେନ୍ଦ୍ରରେ ଲୋକସଭା ଓ ରାଜ୍ୟରେ ବିଧାନସଭା ଭଳି ତ୍ରିସ୍ତରୀୟ ପଞ୍ଚାୟତିରାଜର କାର୍ଯ୍ୟକାଳ ୫ ବର୍ଷ । ଓଡ଼ିଶାରେ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ସିଧାସଳଖ ଭୋଟରମାନଙ୍କ ଦ୍ବାରା ନିର୍ବାଚିତ ହୁଅନ୍ତି । କିନ୍ତୁ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଜନସାଧାରଣଙ୍କ ଦ୍ଵାରା ପରୋକ୍ଷରେ ଏବଂ ନିର୍ବାଚିତ ହୋଇଥିବା ପ୍ରତିନିଧୂମାନଙ୍କ ଦ୍ଵାରା ନିର୍ବାଚିତ ହେବା ବ୍ୟବସ୍ଥା ରହିଛି । # ପଞ୍ଚାୟତ ସଭା ପ୍ରତି ପଞ୍ଚାୟତରେ ସମସ୍ତ ଭୋଟରଙ୍କୁ ନେଇ ଗ୍ରାମସ୍ତରରେ ପଲ୍ଲୀସଭା ଓ ପଞ୍ଚାୟତ ସ୍ତରରେ ଗ୍ରାମସଭା ଗଠନ କରାଯିବ । ଓଡ଼ିଶାରେ ପ୍ରତିବର୍ଷ ଫେବୃୟାରୀ ମାସରେ ସମସ୍ତ ପଲ୍ଲୀସଭା ସଦସ୍ୟଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଉକ୍ତ ଗ୍ରାମରେ ଆସନ୍ତା ବର୍ଷ (ଏପ୍ରିଲରୁ ମାର୍ଚ୍ଚ ପର୍ଯ୍ୟନ୍ତ) କି ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରାଯିବ ତା’ର ଖର୍ଚ୍ଚ ଅଟକଳ ସ୍ଥିର କଲାପରେ ଗ୍ରାମପଞ୍ଚାୟତ ସ୍ତରରେ ଥିବା ଗ୍ରାମସଭାକୁ ଅନୁମୋଦନ ପାଇଁ ପଠାଯିବ । ଗ୍ରାମସଭା ପ୍ରତି ଜୁନ୍ ମାସରେ ବସି ଗତ ବର୍ଷ ହୋଇଥିବା କାର୍ଯ୍ୟର ମୂଲ୍ୟାଙ୍କନ କରିବ । ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ଅନୁସାରେ ପଲ୍ଲୀସଭା ଓ ଗ୍ରାମସଭାରେ ପ୍ରସ୍ତୁତ ଯୋଜନାକୁ କୌଣସି ବ୍ୟକ୍ତି ପରବର୍ତ୍ତୀ କାଳରେ ପରିବର୍ତ୍ତନ କରିପାରିବେ ନାହିଁ ।