🎧 New: AI-Generated Podcasts Turn your study notes into engaging audio conversations. Learn more

Screenshot_2024_0928_124635.jpg

Loading...
Loading...
Loading...
Loading...
Loading...
Loading...
Loading...

Transcript

# ପ୍ରଥମ ଅଧ୍ୟାୟ: ## ଭାରତ ଇତିହାସର ଉପାଦାନ: ପ୍ରତ୍ନତାତ୍ତ୍ୱିକ, ସାହିତ୍ୟିକ, ବୈଦେଶିକ ବିବରଣୀ ଓ ଅଭିଲେଖାଗାରୀୟ (Sources of Indian History: Archaeological, Literary, Foreign Accounts and Archival ) ଇତିହାସ ଅତୀତର ସତ୍ୟ ଘଟଣା ଉପରେ ପର୍ଯ୍ୟବେସିତ । ଏହାର ରଚନା ଓ ଅଧ୍ୟୟନ ପାଇଁ ମୌଳିକ ଉପାଦାନ ବା ମୂଳ ଉତ୍ସର । ଭୂମିକା ଅତ୍ୟନ୍ତ ଗୁରୁ...

# ପ୍ରଥମ ଅଧ୍ୟାୟ: ## ଭାରତ ଇତିହାସର ଉପାଦାନ: ପ୍ରତ୍ନତାତ୍ତ୍ୱିକ, ସାହିତ୍ୟିକ, ବୈଦେଶିକ ବିବରଣୀ ଓ ଅଭିଲେଖାଗାରୀୟ (Sources of Indian History: Archaeological, Literary, Foreign Accounts and Archival ) ଇତିହାସ ଅତୀତର ସତ୍ୟ ଘଟଣା ଉପରେ ପର୍ଯ୍ୟବେସିତ । ଏହାର ରଚନା ଓ ଅଧ୍ୟୟନ ପାଇଁ ମୌଳିକ ଉପାଦାନ ବା ମୂଳ ଉତ୍ସର । ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ । ଉପାଦାନ ବିନା ଇତିହାସ ଲିଖନ ଅସମ୍ଭବ । ଉପାଦାନ ହିଁ ସତ୍ୟ ଘଟଣାର ଅନାବରଣ କରିଥାଏ । ଗ୍ରୀସ୍ ଓ ରୋମ ଭଳି ପ୍ରାଚୀନ ଭାରତରେ ବିଧିବଦ୍ଧ ଭାବରେ ଇତିହାସ ଲେଖାଯାଇନଥିଲା । ହେରୋଡଟସ୍ ଗ୍ରୀସ୍‌ରେ ସ୍‌ରେ ଇତିହାସ ରଚନାର ଭିଭି ପ୍ରସ୍ତର ସ୍ଥାପନ କରିଥିଲେ । ସେ ‘ଇତିହାସର ଜନକ’ ନାମରେ ପରିଚିତ । ତାଙ୍କ ପ ପରେ ଥୁସିଡାଇଡିସ୍ ଇତିହାସ ରଚନାର ର ଧାରାକୁ ତଥ୍ୟନିଷ୍ଠ କରି ତୋଳିଥିଲେ । ରୋମ ପ୍ରାଚୀନ ଇତିହାସ ରଚନାରେ ଲିଭି ଓ ଟାସିଟସ୍ । ପ୍ରମୁଖ ସ୍ଥାନ ଅଧିକାର କରିଛନ୍ତି । ମାତ୍ର ପ୍ରାଚୀନ ଭାରତରେ ସେଭଳି କୌଣସି ଐତିହାସିକ ଦୃଷ୍ଟିଗୋଚର ହୁଅନ୍ତି ନାହିଁ । କାରଣ ପ୍ରାଚୀନ ଭାରତରେ ଇତିହାସ ରଚନାକୁ ସେଭଳି ଗୁରୁତ୍ବ ଦିଆଯାଇନଥିଲା । ପଦ୍ୟଧାରାରେ ଇତିହାସର ଘଟ ଘଟଣାବଳୀଗୁଡିକୁ ଲେଖାଯାଉଥିଲା । ତେବେ ଭାରତ ଇତିହାସ ରଚନା କରିବା ପାଇଁ ଆବଶ୍ୟକ କେତେକ ନିର୍ଭରଯୋଗ୍ୟ ଉପାଦାନ ଉପଲବ୍ଧ ହୁଏ । ଏହି ଉପାଦାନଗୁଡ଼ିକ ବିଭିନ୍ନ ପ୍ରକାରର ଓ ବିଭିନ୍ନ ସ୍ଥାନରୁ ମିଳିଥାଏ । ପ୍ରାଚୀନ ଯୁଗ, ମଧ୍ୟଯୁଗ ଓ ଆଧୁନିକ ଯୁଗର ଇତିହାସ ଅଧ୍ୟୟନ ପାଇଁ ଏହି ଉପାଦାନଗୁଡିକର ଆବଶ୍ୟକତା ରହିଛି। ଏ ଉପାଦାନଗୁଡ଼ିକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ । ସେଗୁଡ଼ିକ ହେଲା- ପ୍ରତ୍ନତାତ୍ତ୍ୱିକ ଉପାଦାନ ଦାନ, ସାହିତ୍ୟିକ ଉପାଦାନ ଓ ଅଭିଲେଖାଗାରୀୟ ଉପାଦାନ। ## ପ୍ରତ୍ନତାତ୍ତ୍ୱିକ ଉପାଦାନ (Archaeological Source): ଆକ୍ଷରିକ ଅର୍ଥରେ ବା ପୁରାତାତ୍ତ୍ୱିକ ଅବଶେଷର ଅଧ୍ୟୟନକୁ ବୁଝାଇଥାଏ ବା ଯାହା ମାଟି ଉପରେ ଓ ମାଟିତଳେ ଦୃଷ୍ଟିଗୋଚର ହୋଇଥାଏ । ସର୍ବେକ୍ଷଣ ଓ ଖନନ ପ୍ରକ୍ରିୟା ଦ୍ଵାରା ଏହା ଲୋକଲେ ଲାକଲୋଚନକୁ ଆସିଥାଏ।

Tags

Indian History archaeology historical sources studies
Use Quizgecko on...
Browser
Browser