MIL (ODIA) - 2024 Past Paper PDF
Document Details

Uploaded by FinerEpigram
Belpahar Higher Secondary School, Belpahar
2024
Odisha Board
Tags
Summary
This document is a past paper for the MIL (ODIA) arts exam. The document is from 2024 and includes questions to test knowledge of the Odia language and literature. The paper includes questions on grammar, vocabulary, and comprehension, along with writing prompts.
Full Transcript
```markdown ## SET-C **Roll No.** **Total No. of Printed Pages-16** **702 R/E** (Regular/Ex-Regular) **MIL (O)** (Arts) **(For Students registered in 2021 and 2022)** **2024 (A)** **MIL (ODIA)** **ARTS** **Full Marks: 100** **Time: 3 hours** *The figures in the right-hand margin indicate...
```markdown ## SET-C **Roll No.** **Total No. of Printed Pages-16** **702 R/E** (Regular/Ex-Regular) **MIL (O)** (Arts) **(For Students registered in 2021 and 2022)** **2024 (A)** **MIL (ODIA)** **ARTS** **Full Marks: 100** **Time: 3 hours** *The figures in the right-hand margin indicate marks* ଦକ୍ଷିଣ ପାର୍ଶ୍ଵରେ ଥିବା ସଂଖ୍ୟା ପ୍ରଶ୍ନର ମୂଲ୍ୟାଙ୍କ ସୂଚାଉଛି *Answer all questions* ସମସ୍ତ ପ୍ରଶ୍ନର ଉତ୍ତର ଲେଖ *Candidates are required to give their answers in their own words as far as practicable* ପରୀକ୍ଷାର୍ଥୀମାନେ ଯଥାସମ୍ଭବ ନିଜ ଭାଷାରେ ପ୍ରଶ୍ନର ଉତ୍ତର ଲେଖୁବା ଆବଶ୍ୟକ --- **(2)** **1.** ଲେଖା ଓ ଲେଖକଙ୍କ ନାମୋଲ୍ଲେଖସହ 150ଟି ଶବ୍ଦ ମଧ୍ଯରେ ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର ଲେଖ : (କ) ‘ବାର୍ତା’ କବିତାର ଭାବ ନିଜ ଭାଷାରେ ବର୍ଣ୍ଣନା କର I (ଖ) ‘ବନ୍ଦୀର ବିରହ ବ୍ୟଥା’ କବିତାରୁ କବିଙ୍କ ପ୍ରକୃତି –ପ୍ରୀତିର ପରିଚୟ ପ୍ରଦାନ କର । **2.** ପ୍ରତ୍ୟେକ ପ୍ରଶ୍ନତଳେ ଥିବା ଚାରିଗୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ : (4 x 1 = 4) (କ) ବାବୁ ବଳରାମଙ୍କ ଚାକରର ନାମ କ’ଣ ଥୁଲା ? (i) ଗୋପାଳ (ii) ରାଜୀବ (iii) ବିଦିଆ (iv) ରଙ୍ଗାଧର (ଖ) ବାହାରର କେଉଁ କଥା ଘର ଭିତରର ପ୍ରତ୍ୟେକ ଅନ୍ଧକାର କୋଣକୁ ଥରାଇ ଦେଉଥୁଲା ? (i) ଗଣ୍ଡଗୋଳ (ii) ସ୍ଲୋଗାନ (iii) କୋଳାହଳ (iv) ହୋ – ହଲ୍ଲା (ଗ) ‘ସ୍ଵାଧୀନତା ମନୁଷ୍ୟର ଜନ୍ମଗତ ଦାବି’—କିଏ କହିଥିଲେ ? (i) ବିଜୟ (ii) ଅରୁଣ (iii) ହେମମାଳୀ (iv) ଅଜିତ --- **(3)** (ଘ) ମାଷ୍ଟରଜୀଙ୍କ ପତ୍ନୀଙ୍କ ନାମ କ'ଣ ଥୁଲା ? (i) ସୁନା (ii) ରୂପା (iii) ହୀରା (iv) ପଦ୍ମା (ଡ) କଚ୍ଛପର ନାମ କ’ଣ ? (i) କମ୍ବୁଗ୍ରୀବ (ii) ଜମ୍ବୁଗ୍ରୀବ (iii) ସୁଗ୍ରୀବ (iv) ଉଦ୍ଗ୍ରୀବ **3.** ନିମ୍ନଲିଖୁତ ଯେକୌଣସି ତିନୋଟି ପ୍ରଶ୍ନର ଉତ୍ତର ଗୋଟିଏ ଲେଖାଏଁ ବାକ୍ୟରେ ଦିଅ : (1x3=3) (କ) କେଉଁ ଦିନ ‘ନାରୀ –ସ୍ଵାଧୀନତା –ବିବଦ୍ଧନୀ’ ସଭାର ଅଧୂବେଶନ ହୁଏ ? (ଖ) ପଚିଶ ବର୍ଷ ତଳେ ରାୟବାହାଦୁର କେଉଁ ପଦବୀରେ ଥୁଲେ ? (ଗ) ରୂପ–ପିୟାସୀ ନାଗରିକଙ୍କ ପଦରଜସିକ୍ତ ତୀର୍ଥର ନାମ କ’ଣ ? (ଘ) ହଂସଯୁଗଳ କେଉଁ ସମ୍ପର୍କରେ ଅବହିତ ଥିଲେ ? --- **(4)** **4.** ଲେଖା ଓ ଲେଖକଙ୍କ ନାମୋଲ୍ଲେଖସହ ଦୁଇଟି ଲେଖାଏଁ ବାକ୍ୟରେ ଯେକୌଣସି ଦୁଇଟି ପ୍ରଶ୍ନର ଉତ୍ତର ଲେଖ : (2x2=4) (କ) ପଦୀକୁ କେବେଠାରୁ କେହି ଆଉ ଉଆସରେ ଦେଖ୍ ନାହାନ୍ତି ? (ଖ) ଯାହାର ଦାନା ଖାଇ ରାୟବାହାଦୁର ମଣିଷ, ତା’ର ନିମକ ହାରାମି ଅସମ୍ଭବ ବୋଲି କହିବା ପରେ ଅରୁଣ କ’ଣ ପଚାରିଛି ? (ଗ) ‘ଆଜି କ’ଣ ମୁକ୍ତକେଶୀ ଦ୍ରୌପଦୀର ବେଣୀବନ୍ଧନ’—କେଉଁ ପ୍ରସଙ୍ଗରେ କୁହାଯାଇଛି ? **5.** ଲେଖା ଓ ଲେଖକଙ୍କ ନାମୋଲ୍ଲେଖସହ ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର 30ଟି ଶବ୍ଦ ମଧ୍ୟରେ ଲେଖ: (କ) ପ୍ରତ୍ୟେକ ଶିକ୍ଷକ କେଉଁ ଦିନକୁ ଅପେକ୍ଷା କରି ରହିଥାଏ ? (ଖ) କବିରାଜ ଜ୍ୟୋତିଷ କ’ଣ ଘୋଷଣା କରିଥିଲେ ? **6.** ଲେଖା ଓ ଲେଖକଙ୍କ ନାମୋଲ୍ଲେଖସହ 150ଟି ଶବ୍ଦ ମଧ୍ଯରେ ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର ଲେଖ : (କ) ‘ସଭ୍ୟ ଜମିଦାର’ ଗଳ୍ପ ଆଧାରରେ ଗୋପାଳର ଚ଼ରିତ୍ର ଚିତ୍ରଣ କର । (ଖ) ପଠିତ ଗଳ୍ପ ଆଧାରରେ ସ୍ଵାଧୀନତା ଆନ୍ଦୋଳନରେ ଅରୁଣର ଭୂମିକା ନିର୍ଣ୍ଣୟ କର । --- **(5)** **7.** ନିମ୍ନ ଅନୁଚ୍ଛେଦଟିକୁ ପାଠ କରି, ତା’ ତଳେ ଦିଆଯାଇଥୁବା (କ) ଓ (ଖ) ପ୍ରଶ୍ନସମୂହର ଉତ୍ତର ଲେଖ: ଅଗଷ୍ଟ ପନ୍ଦରରେ ଆଜି ମନେପଡ଼େ ନୃଶଂସ ଜେନେରାଲ ଡାୟାର/ଜାଲିଆନୱାଲାବାଗ ଠିକ୍ ସେଇଠି ମଶାମାଛି ପରି ମଣିଷକୁ ମାରିଥୁଲା ଜେନେରାଲ ଡାୟାର। ପୁଣି କେତେ ବର୍ଷ ପରେ 1942ରେ ଭାରତୀୟ ଜନତା ଉପରେ ବ୍ରିଟିଶ ସରକାରଙ୍କର ଗୁଳି ଚାଲିଲା ପାଞ୍ଚଶହ ଅଠତିରିଶ ଥର । ମରିଥିଲେ ଏକ ହଜାର ଅଠାଇଶ, ଆହତ ହେଲେ ବତିଶି ଶହ; ତା’ଛଡ଼ା ଜେଲ୍, ଜୋରିମାନା, ମାଡ଼, ଗାଳି, ଅତ୍ୟାଚାରର ସୀମା ରହିଲା ନାହିଁ I ଏବେ ପୁଣି ମନେ ପଡ଼ନ୍ତି ପଣ୍ଡିତ ନେହେରୁ | ପଞ୍ଜାବର କେଉଁ ଏକ ଅନାମଧେୟ ନାଭା ଜେଲରେ ତାଙ୍କ ଉପରେ ହେଲା ଦାରୁଣ ଅତ୍ୟାଚାର I ନିରନ୍ଧ୍ର ନିଭୃତ କୋଠରି ; ମଶା, ମାଛି, ମୂଷାମାନଙ୍କର ଉପଦ୍ରବା କୋ କୋଟିପତି ମୋତିଲାଲଙ୍କ ପୁଅ ଜବାହାର, ହାରୋ –ଏଟନର ରାଜକୁମାର ଜବାହାର । କାହାଣୀ ପରି ଲାଗେ—ନାଭା ଜେଲ୍ ରେ ଶୟନ, ମୁହଁ ଉପରେ ମଶାମାନଙ୍କର ବେହରଣା ଶୋଇବା ନ ହେଲେ ଉଠିବସି ଭାରତର ଭବିଷ୍ୟତ କଥା ଭାବିଲେ ଅମୃତପୁତ୍ର ଜବାହାର I ବହୁବାର ସେ ଜେଲ୍ ଜୋରିମାନାର ସମ୍ମୁଖୀନ ହୋଇ ଆଧୁନିକ ଭାରତର ଭାଗ୍ୟବିଧାତା ବ୍ରିଟିଶ ଜଜ୍ମାନଙ୍କୁ ଯାହା ଶୁଣାଇଥିଲେ, ମନେପଡ଼ିଲେ ଅନ୍ତର ଆଜି ଗୌରବରେ ଭରିଯାଏ। ଥରେ କଚେରିରେ ତାଙ୍କ ବିଚାର ଚାଲିଥିଲାବେଳେ ଜଣେ ଜଜ୍ଙ୍କୁ --- **(6)** ସେ ଶୁଣାଇଥିଲେ- -' 'ସ୍ଵାଧୀନତା ସଂଗ୍ରାମରେ ଭାରତର ସେବା କରିବାଠୁଁ ବଳି ସୌଭାଗ୍ୟ ଆଉ କିଛି ହୋଇପାରେନା । ତା' ଛଡ଼ା ହାତ୍ମାଗାନ୍ଧୀଙ୍କ ପରି ନେତାଙ୍କ ନିର୍ଦ୍ଦେଶରେ କାମ କରିବା ଏକ ପରମ ସୌଭାଗ୍ୟ। ଦେଶର ପୂର୍ଣ୍ଣ ସ୍ୱାଧୀନତା ପାଇଁ ଲଢ଼ୁ ଲହୁ ଦେଶ ପାଇଁ ଆତ୍ମବଳି ଦେବାଠାରୁ ଅଧୁକ ଗୌରବ ଆଉ ମଣିଷର କ’ଣ ଥାଇପାରେ ?’’ ଆଜି ଏସବୁ ଇତିହାସ | ଯେଉଁମାନେ ମୁହାଁମୁହିଁ ଠିଆହୋଇ ରକ୍ତମାଂସ ଶରୀର ନେଇ ଏସବୁ ସହ୍ୟ କରିଥିଲେ, ସେମାନେ ଏବେ ଇତିହାସର କଥାବସ୍ତୁ | ସେହିମାନଙ୍କ ଚରମ ତ୍ୟାଗର ମୂଲ୍ୟରେ ଏହି ଦେଶକୁ ବହି ଆଣିଥିଲେ ସ୍ଵାଧୀନତାର ଉଜ୍ଜ୍ଵଳ ଆଲୋକ | ଯେଉଁମାନେ ସ୍ଵାଧୀନତା ଆଣିଥିଲେ; ସେମାନେ ତାଙ୍କ କାମ ସାରିଦେଇ ଚାଲିଯାଇଛନ୍ତି | ତାକୁ ରଖୁବାର ଦାୟିତ୍ଵ ବର୍ତ୍ତମାନ ଆମ୍ଭମାନଙ୍କର, ବିଶେଷତଃ ଆମ ଯୁବକ ବନ୍ଧୁମାନଙ୍କର I ଯେକୌଣସି ଦାୟିତ୍ଵ ପାଇଁ ବାର୍ଦ୍ଧକ୍ୟର ପ୍ରଜ୍ଞା ଓ ଯୌବନର ଶକ୍ତି ଦରକାର | ଗାନ୍ଧୀ ଥିଲେ ଏ ଦେଶର ପ୍ରଜ୍ଞା ଓ ନେହେରୁ ଥିଲେ ଯୌବନର ପ୍ରତୀକ ସାହସ ଓ ଶକ୍ତି ସେହି ମହାପୁରୁଷମାନେ ଏ ଦେଶର ଯେଉଁ ଦୃଢ଼ଭିରି ସ୍ଥାପନ କରିଯାଇଛନ୍ତି, ତାକୁଇ ରକ୍ଷାକରିବା ବର୍ତ୍ତମାନ ଜାତିର କର୍ତ୍ତବ୍ୟା | ଜାତି ଯୁବକମାନଙ୍କ ଶକ୍ତି ଉପରେ ବେଶି ନିର୍ଭର କରୁଥିବାରୁ ଯୁବକମାନେ ହିଁ ଏହି ମୁହୂର୍ଭରେ ସବୁଠୁ ବେଶି ଜାଗ୍ରତ ହେବା ଦରକାର / ଜାଗୃତିର ଅର୍ଥ ଅସଂଯତ ଉନ୍ମାଦ ନୁହେଁ, ସଂଯତ କର୍ମବାଦ | --- **(7)** ଦାବଳୀ : (କ) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଲେଖାଏଁ ବାକ୍ୟରେ ଲେଖ : (1x4=4) (i) ଅଗଷ୍ଟ ପନ୍ଦରରେ କେଉଁ ନୃଶଂସର କଥା ମନେ ପଡ଼େ ? (ii) କେଉଁ ଜେଲରେ ପଣ୍ଡିତ ନେହେରୁଙ୍କ ଉପରେ ଅତ୍ୟାଚାର ହେଉଥୁଲା ? (iii) ଦେଶକୁ ସ୍ୱାଧୀନତା କିପରି ଆସିଲା ? (iv) ଜାଗୃତିର ଅର୍ଥ କ’ଣ? (ଖ) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି ଲେଖାଏଁ ବାକ୍ୟରେ ଦିଅ : (2x3=6) (i) ଜାଲିଆନୱାଲାବାଗ କାହିଁକି ସ୍ମରଣକୁ ଆସେ ? (ii) ଯେକୌଣସି ଦାୟିତ୍ଵ ପାଇଁ କ’ଣ ଆବଶ୍ୟକ? (iii) ସ୍ଵାଧୀନ ଭାରତର ସୁରକ୍ଷାପାଇଁ ଯୁବକମାନଙ୍କ ପ୍ରତି କି ବାର୍ତ୍ତା ଅଭିପ୍ରେତ ? **8.** ନିମ୍ନ ପଦ୍ୟାଶଟି ପାଠ କରି, ତା’ ତଳେ ଦିଆଯାଇଥିବା ପ୍ରଶ୍ନ-ସମୂହର ଉତ୍ତର ଲେଖ : ମାତୃ ସ୍ନେହ ସମ କି ଅଛି ସଂସାରେ ଅଟେ ତା ସ୍ୱରଗ ସୁଧା, ଅନନ୍ତ ଅକ୍ଷୟ ଅମୃତ–ଭଣ୍ଡାର ପାନେ ନ ମେଣ୍ଟଇ କ୍ଷୁଧା। ଅଛି ଏ ଜଗତେ ନାନା ସ୍ନେହ ପ୍ରୀତି, ଯା ଯୋଗୁଁ ସ୍ୱରଗ ଧରା, --- **(8)** ନିର୍ମଳ ନିଃସ୍ୱାର୍ଥ ମାତୃସ୍ନେହ ସରି ଆଉ କେହି ନୁହେଁ ପରା | ଅଛି ପ୍ରୀତି ସଙ୍ଗେ ବିରାଗ ସଂଶୟ କୁସୁମେ କଣ୍ଟକ ପରି, ବଢ଼େ ପ୍ରୀତି ରୂପ ଗୁଣ ଅନୁସରି, ପ୍ରିୟ ଦୋଷେ ଯାଏ ସରି | ଦୁଃଖେ ପାପେ ସର୍ବ ସାଂସାରିକ ପ୍ରୀତି–ଟାଣ ପଡ଼ିଯାଏ ଜଣା, କିନ୍ତୁ ମାତୃସ୍ନେହ ଦୋଷ ଗୁଣେ ସମ, ନାହିଁ ତାହାର କଳନା । ବରଷାରେ ପୂର୍ଣ୍ଣ ନଦୀ ପୁଷ୍କରଣୀ ଗଭୀର ରତା ଗ୍ରୀଷ୍ମ ଜଣା ପ୍ରାବୃଟେ ନିଦାଘେ ସମାନ ସେ ସିନ୍ଧୁ, ନ ହୁଏ ତା'ର କଳନା I ପ୍ରଶ୍ନାବଳୀ: ପ୍ରତି ପ୍ରଶ୍ନର ଉତ୍ତର ଗୋଟିଏ ଲେଖାଏଁ ବାକ୍ୟରେ ଲେଖ : (1x5=5) (କ) ମାତାଙ୍କ ସ୍ନେହକୁ କ’ଣ ବୋଲି କୁହାଯାଇଛି ? (ଖ) କାହାଯୋଗୁଁ ଧରା ସ୍ୱର୍ଗ ହୋଇଛି ? (ଗ) କୁସୁମରେ କଣ୍ଟକ ଥିବା ପରି ପ୍ରୀତି ସାଂଗରେ କ’ଣ ଅଛି ? (ଘ) କେଉଁ ଦୃଷ୍ଟିରୁ ମାତୃସ୍ନେହର କଳନା ନାହିଁ ? (ଙ) ସିନ୍ଧୁ ସହିତ କାହାକୁ ତୁଳନା କରାଯାଇଛି ? --- **(9)** **9.** ନିମ୍ନଲିଖୁତ ଯେକୌଣସି ଗୋଟିଏ ପ୍ରସଙ୍ଗରେ ସର୍ଜନାତ୍ମକ ଲେଖ ଲେଖ : (8) (କ) ଓଧ ସଙ୍ଗେ ବଣଭୁଆ ବନ୍ଧୁ (ଖ) କୁଟା ଖଣ୍ଡକ ଦି’ଖଣ୍ଡ ନ କରିବା (ଗ) ଅନ୍ଧ ଥନ୍ଧର ଗାଈକି ଠାକୁରେ ଜଗୁଆଳି **10.** ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ରିଲିଫ ବଣ୍ଟନ ପାଇଁ ଅନୁମତି ଓ ସହଯୋଗ ପ୍ରାର୍ଥନା କରି ଜିଲ୍ଲାପାଳଙ୍କୁ ଦରଖାସ୍ତ ଲେଖ। (8) **ଅଥବା** ତୁମେ ଦେଖୁଥୁବା ଏକ ଐତିହାସିକ ସ୍ଥାନର ବର୍ଣ୍ଣନା କରି ସାନଭାଇ ନିକଟକୁ ପତ୍ର ଲେଖ। **11.** ନିମ୍ନ ଅନୁଚ୍ଛେଦଟିକୁ ସଂକ୍ଷେପଣ କରି ଏକ-ତୃତୀୟାଂଶ ଶବ୍ଦରେ ଲେଖ : (8) ସାଂସାରିକ ବାଧାବିଘ୍ନ ମଧ୍ୟରେ ମନୁଷ୍ୟର ନିଜତ୍ଵ ପ୍ରକାଶିତ ହେବା ସହଜ ନୁହେଁ ଅନେକ ସମୟରେ ସାମାଜିକ ରୀତିନୀତି ମଧ୍ଯ ପ୍ରତିବନ୍ଧକ ସ୍ଵରୂପ ହୋଇଥାଏ। ପୂର୍ବକାଳରେ ଆମଦେଶରେ ଗୃହସ୍ଥର ଆଚରଣ ସମ୍ବନ୍ଧରେ ଶିକ୍ଷା ଦିଆ ହେଉଥୁଲା, କିନ୍ତୁ ଆଜିକାଲି ସେପରି ଶିକ୍ଷାର ପ୍ରଚଳନ ନାହିଁ I ମନୁଷ୍ୟର ଗୋଟାଏ ସଙ୍କୁଚିତ ଅବସ୍ଥା ଆସିଗଲେ, ସେ ସହଜରେ ଆଉ ସେଥ୍ରୁ ନିଷ୍କୃତି ପାଏ ନାହିଁ । --- **(10)** ଯେଉଁମାନଙ୍କର ମାନସିକ ପ୍ରବୃତ୍ତି ଟିକିଏ ଉଚ୍ଚଦରର ଥାଏ, ସେହିମାନେ କୌଣସି କାରଣବଶତଃ କୌଣସି ଅନୁକୂଳ ଅବସ୍ଥାର ଅଧୀନ ହେଲେ ସୁଦ୍ଧା ଦିନେ ସୁସମୟ ଆସି ତାଙ୍କୁ ଗୋଟିଏ ଭିନ୍ନ କର୍ମକ୍ଷେତ୍ରରେ ପ୍ରବେଶ କराଏ। ପ୍ରତ୍ୟେକ ଗୃହସ୍ଥ ଆତ୍ମଶକ୍ତିର ପରୀକ୍ଷା ଦେବା ପାଇଁ ତା’ର ପାରିବାରିକ ପରିସ୍ଥିତି ମଧ୍ୟରେ ଇଚ୍ଛାନୁସାରେ କାର୍ଯ୍ୟ କରିବାର ଲକ୍ଷ୍ୟ ରଖ୍ ଶକ୍ତି ପ୍ରୟୋଗ କରିପାରେ ଓ ତଦ୍ଵାରା ତା’ର ଯେଉଁ ବିକାଶ ଜନ୍ମେ, ସେଥ୍ରେ ନିଜତ୍ଵର ଯଥେଷ୍ଟ ପରିଚୟ ମିଳେ। ନିଜତ୍ଵ ରକ୍ଷା କରିନପାରି ଅଧ୍କାଂଶ କେବଳ ଏକ ଧାରାବାହିକ କର୍ମ ପନ୍ଥାର ଆଶ୍ରୟରେ ନିଜ ଜୀବନକୁ କଟାଇ ଦିଅନ୍ତି| ମନୁଷ୍ୟତ୍ଵର ଶ୍ରେଷ୍ଠ ନିଦର୍ଶନ ଏଥିରେ ନଥାଏI ଜଗତରେ ଯେତେ ବିସ୍ମୟକର ଓ ମହତ୍କାର୍ଯ୍ୟ ସମ୍ପାଦିତ ହୋଇଛି, ସେଥ୍ରେ ଗୃହସ୍ଥର ପ୍ରଭାବ ଅଛି | ଗୃହସ୍ଥ ନିଜକୁ ଛୋଟ ମନେକରିବା ଉଚିତ ନୁହେଁ | ଅର୍ଥ କିମ୍ବା କ୍ଷମତାର ପ୍ରଭାବକୁ ଭୟ କରି ସେ ଯଦି ଶକ୍ତି ବିକାଶର ପଥରୋଧ କରିଦିଏ, ତାହା ହେଲେ ଜଗତରେ ତା’ପାଇଁ ଉପଯୁକ୍ତ ସ୍ଥାନ ରହେ ନାହିଁ। ଯେଉଁମାନେ ସର୍ବଦା ଦୀନହୀନ ଭାବରେ କାଳାତିପାତ କରନ୍ତି, ସେମାନଙ୍କର ପଥ ମଧ୍ଯ ସଂକୁଚିତ ନୁହେଁ | ପ୍ରତ୍ୟେକ ଗୃହସ୍ଥର ଦୃଢ଼ କର୍ଭବ୍ୟଜ୍ଞାନ ରହିବା ବାଞ୍ଛନୀୟ। ମାନ୍ୟ କର୍ମ ନିଷ୍ଠାର ସହିତ ସମ୍ପାଦନ କରି ଗୃହସ୍ଥ ଉଚ୍ଚସ୍ଥାନର ସାମାନ୍ୟ ପରାକାଷ୍ଠା ଅଧିକାରୀ ହୋଇପାରେ। କର୍ତ୍ତବ୍ୟ ଜ୍ଞାନରୁ ନିଜତ୍ଵର ଉତ୍ପତ୍ତି ମିଳେ। କର୍ତ୍ତବ୍ୟ ପରାୟଣ ଗୃହୀ ସାଂସାରିକ ବିପଦର ସମ୍ମୁଖୀନ ହୋଇ ସୁଦ୍ଧା ନିଜତ୍ଵ ହରାଏ ନାହିଁ I ତାର ଲକ୍ଷ୍ୟ ଗୋଟାଏ ଅବଲମ୍ବନକୁ ଆଶ୍ରୟ କରିଥାଏ। ଅବଲମ୍ବନ ନଥିଲେ ମନୁଷ୍ୟର ଗତି ସହଜ ହୁଏ ନାହିଁ ଓ ଲକ୍ଷ୍ୟର ସ୍ଥିରତା ମଧ୍ଯ ରହେ ନାହିଁ। ନିଜର ଆଙ୍କାକ୍ଷା ଓ ରୁଚି ଅନୁଯାୟୀ ମନୁଷ୍ୟ ଅବଲମ୍ବନ ଗ୍ରହଣ କରୋ କେବଳ ଗୋଟାଏ ଗଡ୍ଡଳିକା ପ୍ରବାହରେ ଭାସିଯିବା ଲୋକଙ୍କ ସଂଖ୍ୟା ସଂସାରରେ ଅନେକ ଦେଖାଯାଏ । ସେମାନଙ୍କୁ ପ୍ରକୃତ ଗୃହସ୍ଥ ବୋଲି କୁହାଯାଇ ନପାରେ I --- **(11)** **12.** ନିର୍ଦ୍ଦେଶ ଅନୁସାରେ ଉତ୍ତର ଦିଅ : (କ) ନିମ୍ନଲିଖୁତ ଯେକୌଣସି ଦୁଇଟି ରୂଢ଼ିକୁ ବାକ୍ୟରେ ବ୍ୟବହାର କର : (1x2=2) ଚଳୁ କରିଦେବା, ଫସର ଫାଟିବା, ଭାଲୁ ଧରାଇବା, ମୁଣ୍ଡକୁ ହାତପାଇବା (ଖ) ନିମ୍ନଲିଖୁତ ଯେକୌଣସି ଦୁଇଟିକୁ ଏକପଦରେ ପ୍ରକାଶ କର : (1x2=2) ଜାଣିବାର ଇଚ୍ଛା, ଶିବଙ୍କର ଉପାସକ, ଯିଏ ଦାନ କରେ ସେ, ସାଧୁର ଗୁଣ (ଗ) ନିମ୍ନଲିଖୂତ ଯେକୌଣସି ଦୁଇଟି ସମୋଚ୍ଚାରିତ ଶବ୍ଦ ଯୋଡ଼ିର ଅର୍ଥ –ପାର୍ଥକ୍ୟ ଲେଖ : (1x2=2) ଶିଳ-ଶୀଳ, ମତ—ମତ୍ତ, ବ୍ଲୁଡା –ଚୂଡା, ତରଣି – ତରଣୀ ( ଘ ) ନିମ୍ନଲିଖୂତ ଯେକୌଣସି ଦୁଇଟି ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ ଲେଖ : (1x2=2) ଅଗ, ଇଷ୍ଟ, ଚେମଡ଼ା, ତବତ (ଡ) ନିମ୍ନଲିଖୁତ ଯେକୌଣସି ଦୁଇଟି ଶବ୍ଦର ଭ୍ରମ ସଂଶୋଧନ କର : (1x2=2) ଦାଶରଥୀ, ଅଧୀନସ୍ଥ, ନାଉରୀ, ଅକ୍ଷୁଣ୍ଣ --- **(12)** **13.** ପ୍ରତ୍ୟେକ ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ : (1x3=3) (କ) ଇତିହାସର ଉପକାରିତା କାହା ପରିମାଣରେ ନିର୍ଭର କରେ ? (i) ଗଠନ ପ୍ରଣାଳୀ (ii) ଲିଖନ ପ୍ରଣାଳୀ (iii) ପଠନ ପ୍ରଣାଳୀ (iv) କଥନ ପ୍ରଣାଳୀ (ଖ) କେଉଁ ମନୁଷ୍ୟ ସର୍ବତ୍ର ସର୍ବପ୍ରକାର ବିରୋଧ ମଧ୍ଯରେ ସାମଞ୍ଜସ୍ୟ ଦର୍ଶନ କରେ ? (i) ବୁଦ୍ଧିମାନ (ii) ବିହ୍ବାନ (iii) ଜ୍ଞାନୀ (iv) ଚିନ୍ତାଶୀଳ (ଗ) କ’ଣ ଶିଖୁବା ପାଇଁ ସଭ୍ୟସମାଜ ବନବାସୀଙ୍କ ନିକଟକୁ ଦିନେ ଆସିବ ? (i) ବିଦ୍ବତ୍ତା (ii) ମାନବିକତା (iii) ସାହସିକତା (iv) ଦୁର୍ବର୍ଷତା --- **(13)** (ଘ) କେଉଁ ଶାସନରେ ଶାସକ ଏକ ଓ ଶାସିତ ଏକ ଓ ଅଭିନ୍ନ ? (i) ଗଣତନ୍ତ୍ର (ii) ରାଜତନ୍ତ୍ର (iii) ସାମ୍ୟବାଦ (iv) ଏକଛତ୍ରବାଦ (ଡ) ଏବେ କେଉଁ ପାଠ ଖଡ଼ିକି ନୁହେଁ କି ପେଡ଼ିକି ନୁହେଁ? (i) ଫାଇନ୍ ଆର୍ଟସ୍ (ii) ବାଣିଜ୍ୟ. ସ୍ନା (iii) ବିଜ୍ଞାନ. ସ୍ନା (iv) କଳା. ଆ **14.** ନିମ୍ନଲିଖୂତ ଯେକୌଣସି ତିନିଗୋଟି ପ୍ରଶ୍ନର ଉତ୍ତର ଗୋଟିଏ ଲେଖାଏଁ ବାକ୍ୟରେ ଲେଖ : (1x3=3) (କ) ପଡ଼ିଆ ଭୂଇଁରେ ଫସଲ ବୁଣିଲେ କ’ଣ ଘଟେ ? (ଖ) ଏ ସଂସାରରେ ସାଧାରଣତଃ କେତେ ଶ୍ରେଣୀର ମନୁଷ୍ୟ ଦୃଷ୍ଟ ହୁଅନ୍ତି ? (ଗ) କେଉଁଠାରେ ଅଟକିଗଲେ ଘନର ସ୍ୱକାର୍ଯ୍ୟ ସାଧନରେ ବିଳମ୍ବ ଘଟିବ ? (ଘ) କାହାକୁ ଗଣତନ୍ତ୍ରର ମେରୁଦଣ୍ଡ ବୋଲି କୁହାଯାଇଛି ? --- **(14)** **15.** ଲେଖା ଓ ଲେଖକଙ୍କ ନାମୋଲ୍ଲେଖସହ ଦୁଇଟି ଲେଖାଏଁ ବାକ୍ୟରେ ଯେକୌଣସି ଦୁଇଟି ପ୍ରଶ୍ନର ଉତ୍ତର ଦିଅ : (2x2=4) (କ) ଇତିହାସଜ୍ଞ କିଏ? (ଖ) ଲେଖକ ଘନକୁ ସମ୍ବୋଧନ କରି ଉତ୍କଳବାସୀ କିପରି ପିପାସୀ ଓ ଉପବାସୀ ହୋଇଥୁବା, କହିଛନ୍ତି ? (ଗ) ଭାରତୀୟମାନେ ଆମେରିକା ନଛାଡ଼ୁଥୁବା ଅସଲ କଥାଟି କ’ଣ ବୋଲି ‘ଇଲ୍ଷ୍ଟ୍ରେଟେଡ଼ ଉଇକି’ ଲେଖୁଛନ୍ତି ? **16.** ଲେଖା ଓ ଲେଖକଙ୍କ ନାମୋଲ୍ଲେଖସହ 30ଟି ଶବ୍ଦରେ ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର ଦିଅ : (କ) ଗଧୂଆକୁ ଦୋଷୀ କୁହାଯିବାର ମାନେ ନାହିଁ ବୋଲି କାହିଁକି କୁହାଯାଇଛି ? (ଖ) ଉତ୍କଳ ଭୂମିର ଦୁଇଦିଗର ବର୍ଣ୍ଣନା କିପରି କରାଯାଇଛି ? **17.** ଲେଖା ଓ ଲେଖକଙ୍କ ନାମୋଲ୍ଲେଖସହ 150ଟି ଶବ୍ଦ ମଧ୍ଯରେ ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର ଲେଖ : (କ) ଚିନ୍ତାଶୀଳ ପାଠକଙ୍କ ପକ୍ଷେ ଇତିହାସ ପଠନର ଉପଯୋଗିତା ଦର୍ଶାଅ | (ଖ) ‘ତିନିତୁଣ୍ଡରେ’ ନାମକରଣର ସାର୍ଥକତା ପ୍ରତିପାଦନ କର । --- **(15)** **18.** ପ୍ରତ୍ୟେକ ପ୍ରଶ୍ନତଳେ ଦିଆଯାଇଥୁବା ଚାରିଗୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ : (1x4=4) (କ) କାହା ଭଳି ଧନକୁ ଜଗି ରହିବା ନିଷ୍ଫଳ ? (i) ଯକ୍ଷ (ii) କୁବେର (iii) ଧନୀ (iv) ଶୁଣ୍ଢି (ଖ) କାହାଙ୍କୁ ଦୟା–ରନ୍ମୟ ଦାନ–ବାରିଧୂ କୁହାଯାଇଛି ? (i) କୁଶ (ii) ଇବ (iii) ରାମ (iv) ଲକ୍ଷ୍ମଣୀ (ଗ) ପ୍ରାଚୀ ଅଭିମୁଖରେ ନିଜର ସ୍ନିଗ୍ଧ କନକ କର ଲମ୍ବାଇ କିଏ କୋମଳ ମୁଖ ଆଶ୍ୱାସରେ ନିଜର ସ୍ନେହ ଆଦର ଦେଖାନ୍ତି ? (i) ରବି (ii) ଚନ୍ଦ୍ର (iii) ତାରା (iv) ନକ୍ଷତ୍ର (ଘ) ପିଙ୍ଗଳା ଆଉ କେଉଁ ଦୀପ ଜାଳିବ ନାହିଁ ବୋଲି କହିଛି ? (i) ସଂଜଦୀପ (ii) ପୂଜାଦୀପ (iii) କେଳିଦୀପ (iv) ଜ୍ଞାନଦୀପ --- **(16)** (ଙ) ଭସ୍ମ ମଧ୍ଯରୁ କେଉଁ ଚେତନା ନେବା ପାଇଁ କବି ମାନବକୁ ଆହ୍ଵାନ କରିଛନ୍ତି ? (i) ଶ୍ରେଣୀ ଚେତନା (ii) ମାନବିକ ଚେତନା (iii) ଐଶ୍ୱରିକ ଚେତନା (iv) ପାପ ଚେତନା **19.** ନିମ୍ନଲିଖୁତ ଯେକୌଣସି ତିନିଗୋଟି ପ୍ରଶ୍ନର ଉତ୍ତର ଗୋଟିଏ ଲେଖାଏଁ ବାକ୍ୟରେ ଦିଅ : (1+3=3) (କ) କିଏ ନିଜ ଜୀବନର ଘୃଣ୍ୟ କଳୁଷରାଜିକୁ ଭୁଲିଯିବା ପାଇଁ କାହାକୁ ଅନୁରୋଧ କରିଛନ୍ତି ? (ଖ) କାହା ପାଶରେ ଜଗତର ସର୍ବ ଜଡ଼ ଚେତନ ବନ୍ଧା ? (ଗ) ତପସ୍ବିନୀ କିଏ ? (ଘ) ଜଳଧାରାର ଧର୍ମ କ’ଣ ? **20.** ଲେଖା ଓ ଲେଖକଙ୍କ ନାମୋଲ୍ଲେଖସହ ଦୁଇଟି ଲେଖାଏଁ ବାକ୍ୟରେ ଯେକୌଣସି ଦୁଇଟି ପ୍ରଶ୍ନର ଉତ୍ତର ଦିଅ : (1x2=4) (କ) କ’ଣ ନ ବଢ଼ାଇ, ତାର ବଡ଼ାଇ କରୁଥୁବ ? (ଖ) କବି କାହା ବିରୋଧରେ ପ୍ରତିଶୋଧ ନେବାକୁ କହିଛନ୍ତି ? (ଗ) କିଏ, ପୁଣ୍ୟ ଜୀବନ ଓ ଭୁବନକୁ ପାପରେ ଭରି ଦେଲେ ? **21.** ଲେଖା ଓ ଲେଖକଙ୍କ ନାମୋଲ୍ଲେଖସହ 30ଟି ଶବ୍ଦ ମଧ୍ୟରେ ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର ଦିଅ : (କ) ଶତାବ୍ଦୀର ସିଂହଦ୍ଵାରରୁ କିଏ କି’ ବାର୍ଭା ନେଇ ଆସିଅଛି ? (ଖ) କାହାଙ୍କୁ ଦୀନଭିଖାରିଣୀ ମୁଣ୍ଡନୁଆଇଁ ଦୂରରୁ ବନ୍ଦନା କରିଛନ୍ତି ? *** **24H (301-C)** **702 R/E** ```