ତପସ୍ବିନୀର ପତ୍ର PDF
Document Details
Uploaded by ComfortingChiasmus3017
Malyagiri Higher Secondary
ଗଙ୍ଗାଧର ମେହେର
Tags
Summary
This document is a poem titled "ତପସ୍ବିନୀର ପତ୍ର", written by ଗଙ୍ଗାଧର ମେହେର and includes questions related to the poetry. It discusses themes of love, devotion, and mythology.
Full Transcript
# ତପସ୍ବିନୀର ପତ୍ର ## ଗଙ୍ଗାଧର ମେହେର “ ଶରଣ ରଣ-ବତ୍ସଳ–ଧ୍ୱଜ ରିପୁ–ଗଜାଙ୍କୁଶ ଦୁଃଖ-ଗିରି-ବଜ୍ର ଯହିଁ ଦେଖନ୍ତି ବିଦୁଷ, ରାଜରାଜେଶ୍ଵରଙ୍କ ସେ ପଦପଦ୍ମ ଦ୍ଵନ୍ଦେ ଦୀନ ଭିଖାରିଣୀ ଦୂରୁ ନତଶିରେ ବନ୍ଦେ। କରିବାକୁ ମଧୁ-ଆଶା–ତିମିର-ଭେଦନ କାତରେ କାନ୍ତାରେ ଥାଇ କରେ ନିବେଦନ ମହାରାଜ ମହାଯଜ୍ଞେ ହୋଇଛ ଦୀକ୍ଷିତ, ନବ-ବାମା ହେଉଥିବ ବାମାଙ୍କେ ବୀକ୍ଷିତ। ମୁଗ୍ଧ-...
# ତପସ୍ବିନୀର ପତ୍ର ## ଗଙ୍ଗାଧର ମେହେର “ ଶରଣ ରଣ-ବତ୍ସଳ–ଧ୍ୱଜ ରିପୁ–ଗଜାଙ୍କୁଶ ଦୁଃଖ-ଗିରି-ବଜ୍ର ଯହିଁ ଦେଖନ୍ତି ବିଦୁଷ, ରାଜରାଜେଶ୍ଵରଙ୍କ ସେ ପଦପଦ୍ମ ଦ୍ଵନ୍ଦେ ଦୀନ ଭିଖାରିଣୀ ଦୂରୁ ନତଶିରେ ବନ୍ଦେ। କରିବାକୁ ମଧୁ-ଆଶା–ତିମିର-ଭେଦନ କାତରେ କାନ୍ତାରେ ଥାଇ କରେ ନିବେଦନ ମହାରାଜ ମହାଯଜ୍ଞେ ହୋଇଛ ଦୀକ୍ଷିତ, ନବ-ବାମା ହେଉଥିବ ବାମାଙ୍କେ ବୀକ୍ଷିତ। ମୁଗ୍ଧ-ବ -ବଧୂ ମୁଗ୍ଧ ହେବ ବୋଲି ଶତ ଗୁଣ ବଢ଼ିଯାଉଥୂବ ତୁମ୍ଭ ସକଳ ସଦ୍ଗୁଣ। ଆଚରିତ ମହାଯଜ୍ଞେ କରିବ ପ୍ରଦାન ଶେଷ ରତନ ଧନ କ୍ଷୌମ ବସ୍ତ୍ରମାନ। ଅଶେ ସିଦ୍ଧ–କାମ ହେବେ ତହିଁ ଅର୍ଥୀ ସମୁଦାୟ, ମୋ ମାନସେ ଭିକ୍ଷା ଏକ ହୋଇଛି ଉଦୟ । ଏ ଛାର ଭିକ୍ଷାରେ ନାଥ, ନ ହେବ କୃପଣ, ଦୟା-ରତ୍ନମୟ ଦାନ–ବାରିଧୂ ଆପଣ। ମୁଁ କିଏ, ତା ଜାଣିବାର ନୁହେ ଆବଶ୍ୟକ ସଦା ତୁମ୍ଭେ, ତାପସଙ୍କ ଅଶାନ୍ତି-ନାଶକ ତାପସଙ୍କୁ କିଛି ତୁମ୍ଭ ନ ଥାଏ ଅଦେୟ, ମୁହିଁ ତପସ୍ବିନୀ ମୋତେ ନକରିବ ହେୟ। ଯେ ହୋଇଛି ଆଜି ତୁମ୍ଭ ଅଙ୍କର ଭାଜନ, ଭକ୍ତିଭରେ ଦେଖୁଥିବେ ଜଗତର ଜନ। ପୂର୍ବେ ସେହୁ କରିଥିଲେ କେଉଁ ଘୋର ତପ। କେଉଁଠାରେ କେତେକାଳ କେଉଁ ମନ୍ତ୍ର ଜପ, ଏହା ମାତ୍ର ପ୍ରଭୋ, ମୋତେ ଦେବଟି ଜଣାଇ ଅନ୍ୟ କିଛି ଧନେ ମୋର ପ୍ରୟୋଜନ ନାହିଁ କୋଟି ଅଶ୍ୱମେଧେ ଯେତେ ଧନ ହୁଏ ଦାନ ତହିଁରୁ ଅଧୂକ ତାହାହେବ ମୋର ଜ୍ଞାନ। ଆଉ ଏକ କଥା ମାତ୍ର ଅଛି ଅନୁରୋଧ, ଦୁଃଖିନୀର ପୁତ୍ରଯୁଗ ଅତ୍ୟନ୍ତ ଅବୋଧ। ନାହିଁ ତାଙ୍କ ପିତୃ–କୋଳ–ଆ ନ ଜାଣନ୍ତି ତୃ-କୋଳ-ଆରୋହଣ ଭାଗ୍ୟ ଗନ୍ତି ଜନ୍ମକାଳୁ ପିତୃ ଅନୁରାଗ। ଜାଣିଛନ୍ତି ଜନନୀର ଜୀବନ କନ୍ଦାଇ ବୀଣା-ତନ୍ତ୍ର ନ୍ତୀ—ସହକାରେ ରାମାୟଣଗାଇ। କିଏ ନ କାନ୍ଦିବ ବହି ମାନବ–ହୃଦୟ ? ତରୁଲତାଚୟ ଯହିଁ ହୁଅନ୍ତି ଅଥୟ। ତୁମ୍ଭର ଚରିତେ ନିଜେ ହୋଇ ବିମୋହିତ ଯାଉଛ ଉଛନ୍ତି ଶିଶୁଦ୍ବୟ ମହର୍ଷି ସହିତ। କରିବାକୁ ତୁମ୍ଭ ପଦ–ପଙ୍କଜ-ଦର୍ଶନ, ମନ ତାଙ୍କ ନେଉଅଛି କରି ଆକର୍ଷଣ। ଶୁଣାଇବେ ତୁମ୍ଭ ଗତ ଦୁଃଖର କାହାଣୀ, ଯା’ ଶୁଣିଲେ ଦୁଖିନୀର ହୃଦ ହୁଏ ହାଣି। ନ ଶୁଣିଲେ ତହିଁ ପ୍ରତି ଧାଉଁଥାଏ ମନ, ନ ହୁଅଇ କରି ତାର ଔତ୍ସୁକ୍ୟ-ଦମନ। ଧୀରବର, ସେ କଥାକୁ ଘେନି ତୁମ୍ଭ ଶ୍ରୁତି ଆଣିବ ଯଦ୍ୟପି ଦୀନା ବୈଦେହୀର ସ୍ମୃତି, ବୈଦେହୀର ପ୍ରଣୟକୁ ମଣିବ ସ୍ୱପନ ଚାହିଁ ନବ–ପ୍ରଣୟିନୀ–ପ୍ରଫୁଲ୍ଲ-ଲପନ। ” ଲେଖୁଥାନ୍ତି ପତ୍ର ସତୀ ହୃଦୟ-ବିକଳେ, ପତ୍ର ଧୌତ ହେଉଥାଏ ନୟନର ଜଳେ। ଆଉ କି ଲେଖିବି ବୋଲି ଭାବୁଥିଲେ ବସି ଆସିଗଲେ କୁଶ ଲବ ମୁଦେ ହସି ହସି। ## (କ) ଲେଖକ ପରିଚୟ ### ଗଙ୍ଗାଧର ମେହେର (୧୮୬୨-୧୯୨୪) #### ଜନ୍ମସ୍ଥାନ – ବରପାଲି, ବରଗଡ଼ #### ରଚନା ସମ୍ଭାର ##### କାବ୍ୟ – ଇନ୍ଦୁମତୀ, କୀଚକ ବଧ, ପ୍ରଣୟ ବଲ୍ଲରୀ, ତପସ୍ବିନୀ, ଅର୍ଘ୍ୟଥାଳି, କବିତା କଲ୍ଲୋଳ, ଉତ୍କଳ ଲକ୍ଷ୍ମୀ, ରସ ରତ୍ନାକର, ପଦ୍ମିନୀ। ଦରିଦ୍ରତା ପଙ୍କପୂର୍ଣ ଜୀବନ ସରୋବରରୁ ଜାତ ହୋଇଥିଲା ରଙ୍ଗାଜୀବ କବି ଗ ଗଙ୍ଗାଧରଙ୍କ ସୁକୁମାର ସାହିତ୍ୟ ସରୋଜ। ଏଇ କବି ଜୀବନ ଓ ଜୀବିକାର ଜଟିଳତାରେ ଛନ୍ଦି ହୋଇ ମଧ୍ୟ ଭୁଲି ନ ଥିଲେ ବାଣୀ ଆରାଧନା। ଦେବୀ କୃପାମୟୀ ସରସ୍ଵତୀଙ୍କ କରୁଣାରୁ କବିତା ରଚନା ତାଙ୍କ ପକ୍ଷେ ସହଜ ଓ ସ୍ଵାଭାବିକ ହୋଇ ପଡ଼ିଥିଲା। କବି ଥିଲେ ଭାରତୀୟ ପରମ୍ପରାର ଜଣେ ଦୃଢ଼ ସମର୍ଥକ। ଗଙ୍ଗାଧରଙ୍କ ପ୍ରେରଣାର ଉତ୍ସ ଥିଲା ଭାରତୀୟ ପୁରାଣ, କାବ୍ୟ ଓ ନାଟକାବଳୀ। ପ୍ରାଚୀନ ପରଂପରା ଆଧାରିତ ହୋଇଥିଲେ ମଧ୍ୟ ତାଙ୍କ କାବ୍ୟକବିତାରେ ଆଧୁନିକତାର ସ୍ଵପ୍ନ ସ୍ଵର ଓ ସ୍ବାକ୍ଷର କ୍ଷର ସୁସ୍ପଷ୍ଟ । ତାଙ୍କ ଭାବରାଜି ନୀତି ଓ ଆଦର୍ଶର କଠୋର ଶୃଙ୍ଖଳା ଶାସିତ ହୋଇଥିଲେ ମଧ୍ଯ ବିବିଧ ମାନବୀୟ ଦୁର୍ବଳତାକୁ ସେ ପରିହାର କରି ପାରି ନାହାନ୍ତି। ଏତଦ୍ବ୍ୟତୀତ ପ୍ରକୃତିର ଜୀବନ୍ତ ଓ ଅପରୂପ ଶୋଭା ବର୍ଦ୍ଧନା କରିବାରେ ଗଙ୍ଗାଧର ହେଉଛନ୍ତି ସମଗ୍ର ଓଡ଼ିଆ ସାହିତ୍ୟରେ ଅନନ୍ୟ। ବହିଃପ୍ରକୃତି ସହିତ ଅନ୍ତଃପ୍ରକୃତିର ମନୋଜ୍ଞ ସମନ୍ବୟ ଓ ପ୍ରକୃତିର ନବାୟନ ଗଙ୍ଗାଧରଙ୍କ ରଚନାକୁ ସୁଖପାଠ୍ୟ କରି ରଖୁଛି। ## “ତପସ୍ବିନୀର ପତ୍ର” ସଂପର୍କରେ – ଆଲୋଚ୍ୟ କବିତାଂଶଟି ଗଙ୍ଗାଧରଙ୍କ ସର୍ବଶ୍ରେଷ୍ଠ ରଚନା ‘ତପସ୍ବିନୀ’ରୁ ସଂଗୃହୀତ ହୋଇଛି। ଜନ ଅପବାଦ ଭୟରୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ସତୀ / ସାଧୀ ସୀତାଙ୍କୁ ନିର୍ବାସିତା କରନ୍ତି । ବାଲ୍ମୀକି ଆଶ୍ରମରେ ଅନ୍ତଃସତ୍ତ୍ଵା ସୀତାଙ୍କର ଆରମ୍ଭ ହୁଏ ପତିହିତ ସାଧ୍ୱନୀ ତପସ୍ୟା । ଦୁଇ ରାଜପୁତ୍ରଙ୍କୁ ସମୁଚ୍ଚିତ ଶିକ୍ଷା ପ୍ରଦାନ କରି ଦେବୀ ରାମାୟଣ ପାଠରେ ଯୋଗ୍ୟ କରନ୍ତି। ସଂଯୋଗ ବଶତଃ ରାମାୟଣ ଗାନ କରି ଲବ କୁଶ ପହଞ୍ଚୁଯାଆନ୍ତି ଅଯୋଧ୍ୟାର ରାଜସଭାରେ। ସାକ୍ଷାତ ହୁଏ ପିତା-ପୁତ୍ରଙ୍କର । କିନ୍ତୁ ପରିଚୟ ହୋଇ ନଥାଏ । ପରଦିନ ପ୍ରଭାତରୁ ପ୍ରସ୍ତୁତ ହୁଅନ୍ତି ଲବ-କୁଶ ଅଯୋଧ୍ୟା ଯିବାପାଇଁ ଋଷି ବାଲ୍ମୀକିଙ୍କ ସହିତ। ସୀତା ସେତେବେଳେ ସମସ୍ତ ବିଷୟ ଶୁଣି ମର୍ମାହତ ହୁଅନ୍ତି । ତାଙ୍କର ହଠାତ୍ ରାମଚନ୍ଦ୍ରଙ୍କ ଉପରେ ସନ୍ଦେହ ଜାତହୁଏ । ଏ ଜନ୍ମପାଇଁ ଏକପତ୍ନୀ ବ୍ରତ ଅବଲମ୍ବନ କରିଥିବା ରାମଚନ୍ଦ୍ର କ’ଣ ତେବେ ଦ୍ବିତୀୟ ପତ୍ନୀ ବରଣ କଲେ ? ନ ହେଲେ ଯଜ୍ଞ କାର୍ଯ୍ୟ କରୁଛନ୍ତି କିପରି ? ପତ୍ନୀର ଅବର୍ତ୍ତମାନରେ ଯଜ୍ଞ କାର୍ଯ୍ୟ ଅସମ୍ଭବ ? ସନ୍ଦେହୀ ନାରୀମନ ପତି ଦେବତାଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖୁଛି । ତାହାହିଁ ଆଲୋଚ୍ୟ କବିତାର ପ୍ରସଙ୍ଗ। ମନ ଭିତରେ ସନ୍ଦେହ । ନାରୀ ଜନ ସୁଲଭ ଈର୍ଷା । କିନ୍ତୁ କଣ୍ଠରେ କାରୁଣ୍ୟ। ଅବଶ୍ୟ ## କଠିନ ଶବ୍ଦାର୍ଥ ଶରଣ–ବତ୍ସଳ–ଯେ ଶରଣାଗତକୁ ନିଜର ସନ୍ତାନ ପରି ସ୍ନେହ ପ୍ରଦାନ କରନ୍ତି। ଧ୍ଵଜ– ପତାକା, ଶରଣ-ବତ୍ସଳ-ଧ୍ଵଜ-ଶରଣ ବତ୍ସଳତା ଯାର ପତାକା, (ଯେ ଶରଣ ବତ୍ସଳତା ରୂପକ ପତାକା ଉଡ଼ାନ୍ତି), ରିପୁ-ଶତ୍ରୁ, ଗଜ–ହାତୀ, ଗଜାଙ୍କୁଶ- ଯେଉଁ ଅଙ୍କୁଶରେ ଗଜକୁ ଆୟତ୍ତ କରିହୁଏ । ରିପୁ–ଗଜାଙ୍କୁଶ– ଶତ୍ରୁ ରୂପକ ଗଜର ଅଙ୍କୁଶ ପରି, ଦୁଃଖ-ଗିରି-ବଜ୍ର- ଦୁଃଖ ରୂପକ ପର୍ବତର ବଜ୍ରପରି, ବିଦୁଷ– ପଣ୍ଡିତ, ରାଜରାଜେଶ୍ଵର- ରାମଚନ୍ଦ୍ର, ପଦ ପଦ୍ମ ଦ୍ଵନ୍ଦେ– ପାଦ ପଦ୍ମ ଦ୍ଵୟରେ, ନତଶିରେ- ମୁଣ୍ଡ ନୁଆଁଇ, ବନ୍ଦେ– ବନ୍ଦନା କରେ, ମଧୁ- ଆଶା –ତିମିର-ଭେଦନ– ମଧୁର ଆଶାରୂପକ ଅନ୍ଧକାରକୁ ଭେଦ କରି, କାନ୍ତାରେ- ଜଙ୍ଗଲ ଭିତରେ, ନବ-ବାମା– ନୂଆ ବୋହୂ ( ସୀତାଙ୍କ ପରେ ଯେଉଁ ନୂଆ ରାଜକନ୍ୟାଙ୍କୁ ରାମ ବିବାହ କରିଥିବେ), ବାମାଙ୍କେ-ବାମ କୋଳରେ, ବୀକ୍ଷିତ- ଶୋଭିତ । ପରିଦୃଶିତ, ମୁଗ୍ଧ ବଧୂ- ଯେଉଁ ବଧୂ ରାମଚନ୍ଦ୍ରଙ୍କ ବ୍ୟକ୍ତିତ୍ୱରେ ମୁଗ୍ଧ ହୋଇଥିବ, କ୍ଷୌମବସ୍ତ୍ର- ପାଟଲୁଗା, ସିଦ୍ଧ–କାମ-ଯାହାର କାମନା ସିଦ୍ଧହୁଏ, ଅର୍ଥୀ- ଯେ ଅର୍ଥ କାମନା କରନ୍ତି, ଦାନ– ବାରିଧ୍– ଦାନର ସମୁଦ୍ର, ତାପସ- ଯେ ତପ ଆଚରଣ କରନ୍ତି, ଅଦେୟ– ନ ଦେବା, ଅଙ୍କ- କୋଳ, ଭାଜନ–ପ୍ରତିଷ୍ଠିତ, କୋଟି ଅଶ୍ଵମେଧେ ଯେତେ ଧନହୁଏ ଦାନ- କୋଟିଏ ଅଶ୍ଵମେଧରେ ଯେତେ ଧନ ଦାନ କରାଯାଏ, ପୁତ୍ର ଯୁଗ- ଦୁଇପୁତ୍ର (କୁଶ–ଲବ) ପିତୃ–କୋଳ– ଆରୋହଣ– ବାପାଙ୍କ କୋଳରେ ବସିବାର ଭାଗ୍ୟ, ପିତୃ ଅନୁରାଗ- ବାପାଙ୍କ ସ୍ନେହ, ବୀଣା-ତନ୍ତ୍ରୀ-ସହକାରେ- ବୀଣା ଯନ୍ତ୍ର ସହାୟତାରେ, ବିମୋହିତ– ବିଶେଷ ଭାବରେ ମୁଗ୍ଧ, ମହର୍ଷି– ବାଲ୍ମୀକି, ଧୀରବର- ପଣ୍ଡିତ ଶ୍ରେଷ୍ଠ (ରାମଚନ୍ଦ୍ରଙ୍କ ଅର୍ଥରେ) ବୈଦେହୀ– ବିଦେହର ରାଜକନ୍ୟା ସୀତା, ନବ ପ୍ରଣୟିନୀ- ନବ ବିବାହିତା ପତ୍ନୀ, ପ୍ରଫୁଲ୍ଲ- ଲପନ– ସୁନ୍ଦର ମୁହଁ, ଶ୍ରୁତି- ଶ୍ରବଣ, ଧୌତ- ଧୋଇ ହେବା, ମୁଦେ– ଆନନ୍ଦରେ। ## ପ୍ରଶ୍ନାବଳୀ ### ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ! ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ଯରୁ ଠିକ୍ ଉତ୍ତରଟି ବାଛିଲେଖ। ପ୍ରଶ୍ନର ମୂଲ୍ୟ ୧ ନମ୍ବର । (i) ରକ୍ଷକ । (ii) ପତାକା । (iii) ଶତ୍ରୁ । (iv) ଶୃଙ୍ଖଳ। ‘ ନବବାମା’ ବୋଲି କବି କାହାକୁ କହିଛନ୍ତି ? (i) ରାମା। (ii) ସୁନାର ସୀତା । (iii) ନବ ବିବାହିତା ଦ୍ଵିତୀୟା ପତ୍ନୀ । (iv) ରୁକ୍ମିଣୀ । ରାମଚନ୍ଦ୍ରଙ୍କର ସଦ୍ଗୁଣାବଳୀ ଶତଗୁଣିତ ହେଉଥୁବ କାହିଁକି ? (i) ସୀତାଙ୍କ ସ୍ମୃତିକୁ ମନେପକାଇ । (ii) ଲବ କୁଶଙ୍କ ପରିଚୟ ପାଇ । (iii) ମୁଗ୍ଧ ନବବଧୂକୁ ମୁଗ୍ଧ କରିବା ପାଇଁ । (iv) ଋଷିମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ। ତାପସଙ୍କ ଅଶାନ୍ତି–ନାଶକ ବୋଲି କାହାକୁ କୁହାଯାଇଛି ? (i) ରାମଚନ୍ଦ୍ର । (ii) ରାବଣ । (iii) କ୍ଷତ୍ରି। (iv) ବାଲ୍ମୀକି । ସୀତା, ରାମଚନ୍ଦ୍ରଙ୍କୁ ଚିଠିଲେଖ୍ କ’ଣ ମାଗିଥିଲେ ? (i) ପୁଅ ଦୁହିଙ୍କୁ ରାଜଭୋଗ ପ୍ରଦାନ କରିବା ପାଇଁ। (ii) ନବ ପ୍ରଣୟିନୀଙ୍କୁ ବାହାର କରିଦେବା ପାଇଁ। (iii) ନବ ପ୍ରଣୟିନୀ କେଉଁ ଘୋର ତପସ୍ୟା କରି କେଉଁ ମନ୍ତ୍ର ଜପ କରି ରାମଚନ୍ଦ୍ରଙ୍କୁ ବର ରୂପେ ପାଇଲେ ଜଣାଇବା ପାଇଁ। (iv) ତାଙ୍କ ଦୋଷ କ୍ଷମା କରି ଦେବା ପାଇଁ। ସୀତାଙ୍କ ପୁତ୍ରଦ୍ଵୟ କିପରି ଜନନୀଙ୍କ ଜୀବନ କନ୍ଦାଉ ଥିଲେ ? (i) ପରସ୍ପର ମଧ୍ୟରେ କହଳ କରି । (ii) ବୀଣା ସହକାରେ ରାମାୟଣ ଗାନ କରି । (iii) ରାମଚନ୍ଦ୍ରଙ୍କ କଥା ମନେ ପକାଇ । (iv) ପିତାଙ୍କ ପରିଚୟ ପଚାରି। ତରୁଲତାଗଣ କ’ଣ ଶୁଣି ଅଥୟ ହୁଅନ୍ତି ? (i) ସୀତାଙ୍କ କ୍ରନ୍ଦନ। (ii) ଲବ-କୁଶଙ୍କ ରାମାୟଣ ଗାନ। (iii) ଋଷିମାନଙ୍କର ଓଁକାର ଧ୍ଵନି। (iv) ଋଷିକୁମାରମାନଙ୍କର ବେଦ ଧ୍ଵନି। ସୀତାଙ୍କ ଶିଶୁଦ୍ଵୟଙ୍କ ମନ କ’ଣ ପାଇଁ ସେମାନଙ୍କୁ ଆକର୍ଷିତ କରି ନେଉଥିଲା ? (i) ରାମଚନ୍ଦ୍ରଙ୍କ ପଦ ପଙ୍କଜ ଦର୍ଶନ କରିବା ପାଇଁ । (ii) ରାଜା ରାମଙ୍କ ନିକଟରେ ରାମାୟଣ ଗାନ କରିବା ପାଇଁ । (iii) ମାତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବାପାଇଁ । (iv) ଅଯୋଧ୍ୟା ଯାଇ ନିଜର ପିତାଙ୍କୁ ପରିଚୟ ଦେବାପାଇଁ । କ’ଣ ଶୁଣି ସୀତାଙ୍କର ହୃଦୟ ହାଣି ହୋଇ ଯାଉଥିଲା ? (i) ଶିଶୁଵୟଙ୍କ କ୍ରନ୍ଦନ । (ii) ରାମଚନ୍ଦ୍ରଙ୍କ ଗତ ଦୁଃଖର କାହାଣୀ । (iii) ଜନକଙ୍କ ଅସୁସ୍ଥତା । (iv) ରାମଚନ୍ଦ୍ରଙ୍କ ଅଶ୍ଵମେଧ ଯଜ୍ଞ । ରାମଚନ୍ଦ୍ର ସୀତାଙ୍କ ପ୍ରେମକୁ କାହିଁକି ସ୍ୱପ୍ନ ମନେ କରିବେ ବୋଲି ସୀତା ଲେଖିଛନ୍ତି ? (i) ନବ ପ୍ରଣୟିନୀର ମୁଖ ଦର୍ଶନ କରି । (ii) ରାଜ କାର୍ଯ୍ୟରେ ବ୍ୟସ୍ତ ରହି । (iii) ପୁତ୍ରଦ୍ଵୟଙ୍କ ପରିଚୟ ପାଇ । (iv) ରାମାୟଣର କଥା ଶ୍ରବଣ କରି । ସୀତା ପତ୍ର ଲେଖୁଥିଲା ବେଳେ କିଏ ହସିହସି ପହଞ୍ଚିଲେ ? (i) ବାଲ୍ମୀକି । (ii) ଲବ-କୁଶ । (iii) କ୍ଷତ୍ରି। (iv) ରାମଙ୍କ ଦୂତ । ### ସଂକ୍ଷିପ୍ତ ଉତ୍ତର ମୂଳକ ପ୍ରଶ୍ନ। ଗୋଟିଏ ବାକ୍ୟରେ ଉତ୍ତର ଲେଖ। ପ୍ରଶ୍ନର ମୂଲ୍ୟ ୧ ନମ୍ବର। ତପସ୍ବିନୀ କିଏ ? ତପସ୍ବିନୀର ପତ୍ର କାହା ଉଦ୍ଦେଶ୍ୟରେ ଲିଖୁତ ? ଶରଣବତ୍ସଳ ବୋଲି କବି କାହାକୁ କହିଛନ୍ତି ? ଦୁଃଖଗିରିର ବଜ୍ର କିଏ ? ଦୀନ ଭିଖାରୁଣୀ ବୋଲି କାହାକୁ କୁହାଯାଇଛି ? ରାଜରାଜେଶ୍ଵର କିଏ ? ମହାଯଜ୍ଞରେ କିଏ ଦୀକ୍ଷିତ ହୋଇଥିବେ ବୋଲି କୁହାଯାଇଛି ? ନବବାମା ବୋଲି କାହାକୁ କୁହାଯାଇଛି ? ଯଜ୍ଞକାଳରେ ମହାରାଜାଙ୍କ ବାମଭାଗରେ କିଏ ଶୋଭା ପାଉଥିବେ ବୋଲି ସୀତା ପତ୍ରରେ ଲେଖିଛନ୍ତି ? ### ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ। ଦୁଇଟି ବାକ୍ୟରେ ଉତ୍ତର ଲେଖ। ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ। ରାମଚନ୍ଦ୍ରଙ୍କଠାରେ ବିଦୁଷମାନେ କ’ଣ ଦେଖୁଥା’ନ୍ତି ? “ ଦୀନ ଭିକ୍ଷାରୁଣୀ ଦୂରୁ ନତ ଶିରେ ବନ୍ଦେ” କିଏ କାହାକୁ ବନ୍ଦନା କରୁଛି ? ରାମଚନ୍ଦ୍ର କିପରି ମହାଯଜ୍ଞରେ ଦୀକ୍ଷିତ ହୋଇଥିବେ ବୋଲି ସୀତା ମନେ କରିଛନ୍ତି ? ମୁଗ୍ଧବଧୂକୁ ମୁଗ୍ଧ କରିବା ପାଇଁ ରାମଚନ୍ଦ୍ରଙ୍କଠାରେ କ’ଣ ବଢ଼ି ଯାଉଥୁବ ବୋଲି କୁହାଯାଇଛି ? ରାମଚନ୍ଦ୍ର ଯଜ୍ଞରେ କ’ଣସବୁ ଦାନ କରୁଥିଲେ ? ସୀତାଙ୍କ ମନରେ କି ଭିକ୍ଷା ଉଦୟ ହୋଇଥିଲା ? ସୀତା ରାମଚନ୍ଦ୍ରଙ୍କ ଠାରୁ କେଉଁ ମନ୍ତ୍ର ଜାଣିବାକୁ ଚାହୁଁଥିଲେ ? କ’ଣ ପାଇଲେ ସୀତା ଶହେ ଅଶ୍ଵମେଧ ଯଜ୍ଞର ଧନ ପାଇଯିବେ ବୋଲି କହିଛନ୍ତି ? ‘ ନଜାଣନ୍ତି ଜନ୍ମକାଳୁ ପିତୃ ଅନୁରାଗ’ କାହା ପ୍ରସଙ୍ଗରେ କୁହାଯାଇଛି ? ‘କିଏ ନ କାନ୍ଦିବ ବହି ମାନବ ହୃଦୟ’ କେଉଁ ପ୍ରସଙ୍ଗରେ କୁହାଯାଇଛି ? କେଉଁମାନେ କିପରି ଜନନୀର ହୃଦୟ କନ୍ଦାଉ ଥିଲେ ? ସୀତାଙ୍କ ପୁତ୍ରମାନେ କିପରି ରାମାୟଣ ଗାନ କରୁଥିଲେ ? କେଉଁଥିରେ ବିମୋହିତ ହୋଇ ସୀତାଙ୍କ ପୁତ୍ରଦ୍ଵୟ ମହର୍ଷିଙ୍କ ସହିତ ଅଯୋଧ୍ୟା ଯାଉଥିଲେ ? ସୀତାଙ୍କ ପୁତ୍ରମାନଙ୍କର ମନ କାହିଁକି ଆକର୍ଷିତ ହେଉଥୁଲା ? ସୀତା କେଉଁ ପ୍ରସଙ୍ଗରୁ ନିଜର ଔସୁକ୍ୟ ଦମନ କରି ପାରୁ ନ ଥିଲେ। ### ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ। ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ। ତପସ୍ବିନୀ ସୀତା କାହାକୁ ପତ୍ର ଲେଖିଥିଲେ ଓ କା