10th Class Geography New Chapter 2022-23 PDF
Document Details
Uploaded by BrilliantDesert7019
Kalinga Institute of Industrial Technology
2022
Tags
Summary
This document appears to be notes for a 10th grade geography class covering climate-related disasters and management for 2022-2023 academic year. It comprises information about natural disasters and their impact, especially floods, and potential mitigation strategies.
Full Transcript
# ଭୂଗୋଳ ଓ ଅର୍ଥନୀତି (Bhugola 'O' Arthaniti) ଦଶମ ଶ୍ରେଣୀ Eduodia App (୨୦୨୨-୨୩ ମସିହା ଶିକ୍ଷାବର୍ଷରେ ନୂତନ ଭାବେ ସଂଯୋଜିତ ବିଷୟ) # ଜଳବାୟୁଜନିତ ବିପତ୍ତି ଓ ପରିଚାଳନା ## ନବମ ଅଧ୍ୟାୟ ### Educational Information ବିପତ୍ତି ହିଁ ବିପର୍ଯ୍ୟୟର କାରଣ । ତେବେ ସବୁ ବିପତ୍ତି ବିପର୍ଯ୍ୟୟ ନୁହେଁ । ବହୁତ କ୍ଷତିର ସମ୍ଭାବନା ଥୁବା ବିପଦପୂର୍ଣ୍ଣ ଅ...
# ଭୂଗୋଳ ଓ ଅର୍ଥନୀତି (Bhugola 'O' Arthaniti) ଦଶମ ଶ୍ରେଣୀ Eduodia App (୨୦୨୨-୨୩ ମସିହା ଶିକ୍ଷାବର୍ଷରେ ନୂତନ ଭାବେ ସଂଯୋଜିତ ବିଷୟ) # ଜଳବାୟୁଜନିତ ବିପତ୍ତି ଓ ପରିଚାଳନା ## ନବମ ଅଧ୍ୟାୟ ### Educational Information ବିପତ୍ତି ହିଁ ବିପର୍ଯ୍ୟୟର କାରଣ । ତେବେ ସବୁ ବିପତ୍ତି ବିପର୍ଯ୍ୟୟ ନୁହେଁ । ବହୁତ କ୍ଷତିର ସମ୍ଭାବନା ଥୁବା ବିପଦପୂର୍ଣ୍ଣ ଅବସ୍ଥାକୁ ବିପରି କୁହାଯାଏ । କୌଣସି ବିପତ୍ତାର ପ୍ରତିକୂଳ ପ୍ରଭାବ ଯୋଗୁ ସମଗ୍ର ଗୋଷ୍ଠୀର ଜୀବନ ଜୀବିକା , ସମ୍ପତ୍ତି ଓ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେଲେ, ଏହାକୁ ବିପର୍ଯ୍ୟୟ କୁହାଯାଏ । ଅଜ୍ଞାନତା, ପ୍ରାକ୍ ପ୍ରସ୍ତୁତ ନଥୁବା ତଥା ଅସହାୟ ଗୋଷ୍ଠୀ ଉପରେ ବିପତ୍ତି ପଡ଼ିଲେ ତାହା ବିପର୍ଯ୍ୟୟରେ ପରିଣତ ହୋଇଥାଏ । ### ଉତ୍ପତ୍ତି ପୂର୍ବ ଦୃଷ୍ଟିରୁ ବିପରି ଦୁଇଟି ପ୍ରଧାନ ଶ୍ରେଣୀଭୁକ୍ତ ଯଥା : * ପ୍ରାକୃତିକ ବିପତ୍ତି ଓ ମନୁଷ୍ୟକୃତ ବିପତ୍ତି । ### ପ୍ରାକୃତିକ ବିପତ୍ତି ପାଣିପାଗଜନିତ ପ୍ରାକୃତିକ ବିପତ୍ତିଗୁଡ଼ିକ ପ୍ରକୃତି ସୃଷ୍ଟ । ପା ବିତ୍ପାତ, ଭୂସ୍ଖଳନ, ଭୂଚଳନ, ଅଗ୍ନି ଉଦ୍ଗୀରଣ, ଜୀବ ବିଜ୍ଞାନଗତ ତଥା ଖଗୋଳୀୟ କାରଣରୁ ହେଉଥୁବା ବିପଦପୂର୍ଣ୍ଣ ଅବସ୍ଥା ଏହାର ଅନ୍ତର୍ଗତ । ### ମନୁଷ୍ୟକୃତ ବିପତ୍ତି ମନୁଷ୍ୟକୃତ ବିପତ୍ତି ବ୍ୟକ୍ତିଗତ ତଥା ସାମୂହିକ ଭାବେ ମନୁଷ୍ୟ ଦ୍ବାରା ସଂଗଠିତ ହୋଇଥାଏ । ବିଭିନ୍ନ ଶିଳ୍ପ ବିଜ୍ଞାନଗତ କାରଣ ମଧ୍ୟ ଏହାର ଅନ୍ତର୍ଗତ । ### ପ୍ରାକୃତିକ ବିପତ୍ତି ଜୀବମଣ୍ଡଳରେ କ୍ଷତି ଘଟାଇବାର ସାମର୍ଥ୍ୟ ଥୁବା ପ୍ରାକୃତିକ ଦୁର୍ଘଟଣାଗୁଡ଼ିକୁ ପ୍ରାକୃତିକ ବିପରି କୁହାଯାଏ । ସୃଷ୍ଟି ଦୃଷ୍ଟିରୁ ଏଗୁଡ଼ିକ ବାୟୁ, ଜଳ, ଭୂମି ତଥା ଖଗୋଳ ଶ୍ରେଣୀଭୁକ୍ତ କରାଯାଇପା ପାରେ । ### ବନ୍ୟା ଏଠାରେ ପାଗ ବିଗତ ଶ୍ରେଣୀରେ ବିଭିନ୍ନ ପ୍ରାକୃତିକ ତଥା ମାନବୀୟ ବିପତ୍ତି ସମ୍ବନ୍ଧରେ ଆଲୋଚନା କରାଯାଇଛି । ଜନିତ ବିଭିନ୍ନ ପ୍ରାକୃତିକ ବିପତ୍ତି ସମ୍ବନ୍ଧରେ ବିଶେଷ ଭାବେ ଅବତାରଣା କରାଯାଇଛି । ଆମ ଦେଶ ତଥା ରାଜ୍ୟର ବିଭିନ୍ନ ବିଭିନ୍ନ ଅଞ୍ଚଳରେ ପାଗଜନିତ ବିପତ୍ତି ନିୟମିତ ଭାବରେ ସଂଗଠିତ ହେଉଛି । ବାତ୍ୟା, ବନ୍ୟା, ମରୁଡ଼ି, ଗ୍ରୀଷ୍ମପ୍ରବାହ, ଶୀତପ୍ରବାହ, ବିଜୁଳି ଘଡ଼ଘଡ଼ି, କୁଆପଥର ବୃଷ୍ଟି ଆଦି ନାନା ବିପରି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ତନ୍ମଧ୍ୟରୁ ବାତ୍ୟା ଓ ବନ୍ୟା ସବୁଠାରୁ ଅଧିକ ଭୟାନକ ବିପତ୍ତି । ଏଥିଯୋଗୁଁ ଅନେକ ସମୟରେ ବିପର୍ଯ୍ୟୟ ଘଟିବା ସହ ଧନଜୀବନ ହାନି ହୋଇଥାଏ । #### ବନ୍ଯା | ଜଳମଗ୍ନ | ଳର | ସାଧାରଣ ସମୟରେ ଶୁଖୁଲା ରହିଥିବା ଭୂଭାଗ | ହୋଇଗଲେ, ତାହାକୁ ବନ୍ୟା କୁହାଯାଏ । ବନ୍ଯ ନ୍ୟା ଜଳ | ପ୍ରାଚୁର୍ଯ୍ୟକୁ ବୁଝାଏ । ପ୍ରବଳ ବର୍ଷା ହେବା କିମ୍ବା ବହୁତ ଦିନ | ଧରି ମୌସୁମୀ ତଥା ଝଡ଼ତୋଫାନଜନିତ ବର୍ଷା ଲାଗି ରହିବ | କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ନଦୀର ପରିବହନ | କ୍ଷମତାଠାରୁ ଅଧିକ ଜଳ ନଦୀରେ ପ୍ରବେଶ କଲେ ବନ୍ୟା | ପରିସ୍ଥିତି ଉପୁଜେ । ନଦୀଜଳ ଫୁଲି ଉଠେ, କୂଳ ଲଂଘେ ବା | ବନ୍ଧ ଭାଙ୍ଗେ । ବିଭିନ୍ନ ନିର୍ମାଣ ଜନିତ କାରଣରୁ ବର୍ଷାଜଳ | ନିଷ୍କାସିତ ହୋଇ ନପାରି ବା ବନ୍ଯା ପରିସ୍ଥିତି ସୃଷ୍ଟି ହୁଏ | ତୁଷାରାବୃତ୍ତ ଅଞ୍ଚଳର ବରଫ ତରଳିଲେ ଝଡ଼ତୋଫାନ ତଥା #### ବନ୍ଯାର ପ୍ରକାର : * କା (Riverine Flood) * ঘা ៕ (Urban Flood) * เต ดุจิดคิด ค (Pluvial Flood) * ୧) ଆକସ୍ମିକ ବନ୍ୟା (Flash Flood): ଖୁବ୍ ଜୋର୍ରେ ବର୍ଷା ହେଲେ ବା ପାର୍ବତ୍ୟ ଅଞ୍ଚଳରେ ଅଧୂକ ବରଫ ତରଳିବା କାରଣରୁ ଆକସ୍ମିକ ବନ୍ୟା ଆସିଥାଏ । ଏଥିରେ ଅତି ବେଗଶାଳୀ ଜଳଧାରା ଜଳ ନିଜ ଗତିପଥରେ ଥୁବା ସବୁକିଛିକୁ ଧୋଇ ନେଇ ଯାଇଥାଏ। ଏପ୍ରକାର ବନ୍ୟାର ପ୍ରକୋପ ସୀମିତ ଅଞ୍ଚଳରେ ପଡ଼ିଥାଏ। ତେବେ, ପ୍ରବଳ ଜଳ ସ୍ରୋତ ବଡ଼ ବଡ଼ ଗଛ, ବିଶାଳ ପଥର ଖଣ୍ଡ ତଥା ଯାନବାହାନ ଓ ଘର ଆଦି ଧୋଇ ହୋଇଯାଇଥାଏ । ପ୍ରବଳ ସ୍ରୋତ ଯୋଗୁଁ କୌଣସି ପ୍ରତିକାର ମୂଳକ ବ୍ୟବସ୍ଥା ପାଇଁ ସ୍ଵଳ୍ପ ସମୟ ରହିଥାଏ । ସୁତରାଂ ବ୍ୟାପକ ଧନଜୀବନ ହାନି ଘଟିଥାଏ । * ୨) ଉପକୂଳ ବନ୍ଯା (Coastal Flood): ଜୁଆର ସମୟରେ ଅଧିକ ବେଗରେ ପ ପବନ ବହିବା ବା ଝଡ଼ବାତ୍ଯା ଯୋଗୁଁ ସାମୁଦ୍ରିକ ଢେଉ ଉପକୂଳ ଅଞ୍ଚଳକୁ ମାଡ଼ି ଆସିଥାଏ । ଉପକୂଳସ୍ଥ ବାଲୁକାସ୍ତୁପକୁ ଭାଙ୍ଗି ଢେଉ ଅଗ୍ରସର ହେଲେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥାଏ । ଉପକୂଳ ଅଞ୍ଚଳରେ, ଅନୁଚ୍ଚ ଭୂମି ଅଞ୍ଚଳରେ ଜଳ ପ୍ରତିରୋଧ ବ୍ୟବସ୍ଥା ନଥୁବାରୁ ଏହି ଅଞ୍ଚଳ ବିଶେଷ କ୍ଷତିଗ୍ରସ୍ତ ହୋଇଥାଏ । ଭଟ୍ଟା ପଡ଼ିଥିବା ସମୟରେ ବେଳାଭୂମିର ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବା ଦରକାର । * ୩) ନଦୀ ବନ୍ୟା (Riverine Flood): ନଦୀ ଅବବାହିକା ଅଞ୍ଚଳରେ ପ୍ରଚୁର ବୃଷ୍ଟି ଯୋଗୁଁ ନଦୀର ମୁଁ ନଦୀର ଜଳଧାରଣ କ୍ଷମତା ଠାରୁ ଅଧିକ ଜଳ ପ୍ରବାହିତ ହୋଇ ଇଥାଏ ଏବଂ ନଦୀ ତଥା ତା’ର କୂଳ ଲଂଘନ କରିଥାଏ । ଫଳରେ ପ୍ଲାବନଭୂମି ତ ତତ୍ସଂଲଗ୍ନ ନିମ୍ନ ଭୂମି ଜଳପ୍ଲାବିତ ହୋଇଥାଏ । ତେ ନଦୀର ଆକାର ତଥା ବୃଷ୍ଟିର ପରିମାଣ ଉପରେ ବନ୍ୟା ଦ୍ବାରା ପ୍ରଭାବିତ ଅଞ୍ଚଳର ଳର ଆକାର ନିର୍ଭର କରେ । ନଦୀ ବନ୍ୟା ଯୋଗୁଁ ବ୍ୟାପକ ଧନହାନି ହେଉଥିଲେ ବି ଜୀବନ ହାନି ସମ୍ଭାବନା କମ୍ ଥାଏ । * ୪) ସହରୀ ବନ୍ୟା (Urban Flood): ବର୍ଷା ବା ଲଗାଣ ବର୍ଷା ଯୋଗୁଁ ଉପଲବ୍ଧ ବୃଷ୍ଟିଜଳ ସହରସ୍ତୁ ଜଳ ନିଷ୍କାସନ ବ୍ୟବସ୍ଥା ଦ୍ବାରା ପରିବାହି ହିତ ନ ହେବା କାରଣରୁ ସହରୀ ବ ବନ୍ଯା ସୃଷ୍ଟି ହେ ହୋଇଥାଏ। ପ୍ରାକୃତିକ କ ଜଳବାହୀ ନଥୁବା ସହରଗୁଡ଼ିକ ବନ ବନ୍ୟାଦ୍ବାରା ବିଶେଷ ପ୍ରଭାବିତ ହୋଇଥାନ୍ତି । ଘନଜନବସତି ସାଙ୍ଗକୁ ରାଷ୍ଟ୍ର ରାସ୍ତାଘାଟ ଆଦିର ନିର୍ମାଣ ଯୋଗୁଁ ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇ ସହରୀ ବନ୍ୟା ସୃଷ୍ଟି ହୋଇଥାଏ । । ରାସ୍ତାଘାଟରେ ପାଣିଜମିବା ସହ ଘର ଭିତରକୁ ପାଣି ପଶିଯିବା କାରଣରୁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ମୁଖ। * ୫) ଲଗାଣ ବୃଷ୍ଟି ଜନିତ ବନ୍ୟା ค (Pluvial Flood): ศ ବିଶିଦ୍ଧ ଶିଷ୍ଟ ଅଞ୍ଚଳରେ ଏ ପ୍ରକାର ବନ୍ଯା ହୋଇଥାଏ। ବର୍ଷାଜଳ ଭୂମିଦ୍ୱାରା ଅବଶୋଷିତ ନହେବା କାରଣରୁ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇ ଛୋଟ ବଡ଼ ପୋଖରୀ, ହ୍ରଦ ସୃଷ୍ଟି ହୁଏ । ଗ୍ରାମାଞ୍ଚଳର ଅଧୂକ ବୃଷ୍ଟିଜନିତ ବନ୍ୟାକୁ ସହରୀ ବନ୍ୟା ସହ ତୁଳନା କରାଯାଇପାରେ । ଏହାଦ୍ଵାରା ଗ୍ରାମାଞ୍ଚଳରେ କୃଷି ତଥା ଅନ୍ୟାନ୍ୟ ଆର୍ଥିକ କାର୍ଯ୍ୟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥାଏ । #### ଓଡ଼ିଶାରେ ବନ୍ୟା : ଓଡ଼ିଶାରେ ପ୍ରବାହିତ ମହାନଦୀ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଆଦି ନଦୀ ତଥା ସେଗୁଡ଼ିକର ଉପନଦୀରେ ବନ୍ୟାର ପ୍ରକୋପ ଅନୁଭୂତ ହୋଇଥାଏ। ଓଡ଼ ଶାର ୪୮୨ କି.ମି. ବ୍ୟାପୀ ବିସ୍ତୃତ ଉପକୂଳରେ ଝଡ଼ବାତ୍ୟା ତଥା ସାମୁଦ୍ରିକ ଢେଉ ମାଡ଼ି ଆସିବାର ଭୟ ମଧ୍ଯ ରହିଛି । ସାଧାରଣତଃ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ଆଶୁ ଜଳନିଷ୍କାସନ ନ ହୋଇ ପା ରିବା କାରଣରୁ ବନ୍ୟାର ପ୍ରକୋପ ବୃଦ୍ଧି ପାଇଥା ଏ। ମୃଭିକାକ୍ଷୟ ସହ ନଦୀଶଯ୍ୟା ପୋତି ହୋଇଯିବା କାରଣରୁ ନଦୀବନ୍ଧରେ ଘାଇ ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ ଧନଜୀବନ କ୍ଷତିଗ୍ରସ୍ତ ହୋ ଇଥା ଏ। ମହାନ ଦୀ, ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ବରାବର ବନ୍ୟା ଆସେ । ଏହି ତିନୋଟି ନଦୀର ମିଳିତ ତ୍ରିକୋଣଭୂମି ଅଞ୍ଚଳରେ ଏକାବେଳକେ ବନ୍ୟା ଜଳ ଆସିଗଲେ ପ୍ରଭୂତ କ୍ଷୟକ୍ଷତି ଘଟିଥାଏ । ବନ୍ୟା ସମୟରେ ଉଚ୍ଚ ଜୁଆର ରହିଲେ ସମସ୍ୟା ଅଧୂକ ଉତ୍କଟ ହୋଇପଡ଼େ । ନଦୀ ଜଳସ୍ତର ଆହୁରି ଉପରକୁ ଉଠିଯାଏ। ବେଳେବେଳେ ଏହା କୂଳ ଲଂଘିବା ସହ ନଦୀ ବନ୍ଧର ଦୁର୍ବଳ ସ୍ଥାନରେ ଘାଇମାନ ସୃଷ୍ଟି ହୁଏ । ସୁବର୍ଷରେଖା, ଋଷିକୁଲ୍ୟା, ବଂଶଧାରା ଓ ବୁଢ଼ାବଳଙ୍ଗ ପ୍ରଭୃତି ନଦୀରେ ବନ୍ୟା ଆସିବା ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ କ୍ଷତି ଘଟାଇଥାଏ । #### ବନ୍ୟାର ପ୍ରକାର ଭେଦ : * କେନ୍ଦ୍ରୀୟ ଜଳ ଆୟୋଗ (Central Water Commission) ବନ୍ୟାସ୍ଥିତିକୁ ମୁଖ୍ୟତଃ ଚାରିଗୋଟି ଶ୍ରେଣୀରେ ବିଭକ୍ତ କରିଛନ୍ତି ฉथा :- * ସାମାନ୍ୟ ବନ୍ୟା (Normal Flood) : ନଦୀ ଜଳସ୍ତର ସତର୍କରେଖାଠାରୁ ନିମ୍ନରେ ପ୍ରବାହିତ ହେଉଥିଲେ, ତାହାକୁ ସାମାନ୍ୟ ବନ୍ୟା କୁହାଯାଏ । * ମଧ୍ୟମ ବନ୍ୟା (Above Normal Flood) : କୌଣସି ନଦୀର ଜଳସ୍ତର ଯେତେବେଳେ ସତର୍କରେଖାଠାରୁ ଊର୍ଦ୍ଧ୍ବରେ ମାତ୍ର ବିପଦ ସଙ୍କେତ ସ୍ତରଠାରୁ ନିମ୍ନରେ ପ୍ରବାହିତ ହେଉଥାଏ, ତାହାକୁ ମଧ୍ୟମ ଧରଣର ବନ୍ୟା କୁହାଯାଏ । । ଏଭଳି ବନ୍ୟାସ୍ଥିତିର ସୂଚନା ପାଇଁ ହଳଦିଆ ରଙ୍ଗ ବ୍ୟବହାର କରାଯାଇଥାଏ । * ପ୍ରବଳ ବନ୍ୟା (Severe Flood) : ନଦୀର ଜଳସ୍ତର ଯେତେବେଳେ ବିପଦ ସଂକେତ ସ୍ତର ବା ତା’ଠାରୁ ଊର୍ଦ୍ଧ୍ବରେ ମାତ୍ର ସର୍ବାଧିକ ବନ୍ୟା ସ୍ତରଠାରୁ ନିମ୍ନରେ ଥାଏ, ସେଭଳି ବନ୍ଯାସ୍ଥିତିକୁ ପ୍ରବଳ ବନ୍ୟା ଶ୍ରେଣୀଭୁକ୍ତ କରାଯାଇଛି । କେନ୍ଦ୍ରୀୟ ଜଳ ଆୟୋଗ ପ୍ରବଳ ବନ୍ଯାସ୍ଥିତି ସମ୍ବନ୍ଧରେ କମଳା ରଙ୍ଗର ବୁଲେଟିନ୍ ଜାରି କରିଥାନ୍ତି । * ପ୍ରଳୟଙ୍କରୀ ବନ୍ୟା (Extreme Flood) : ନଦୀର ଜଳ ସ୍ତର ଯେତେବେଳେ ବନ୍ୟାଜଳ ପରି ମାପକ କେନ୍ଦ୍ରରେ ଲିପିବଦ୍ଧ ସର୍ବୋଚ୍ଚ ବନ୍ୟାସ୍ତ୍ର (Highest Flood Level) ା া'মু ଉପରକୁ ଚାଲିଯାଇଥାଏ, ତାହାକୁ ପ୍ରଳୟଙ୍କରୀ ବନ୍ୟା କୁହାଯାଏ । । କେନ୍ଦ୍ରୀୟ ଜଳ ଆୟୋଗ ପ୍ରଳୟଙ୍କରୀ ବନ୍ୟା କ୍ଷେତ୍ରରେ ଲାଲ ରଙ୍ଗର ବୁଲେଟିନ୍ ମାଧ୍ଯମରେ ବନ୍ୟାର ବିଶେଷ ସୂଚନା ପ୍ରଦାନ କରିଥାନ୍ତି । ### ବନ୍ୟାର ପ୍ରଭାବ : * ବନ୍ୟା ହେତୁ ବହୁ ସ୍ଥାନରେ ସଡ଼କ ଓ ରେଳପଥ କ୍ଷତି ଗ୍ରସ୍ତ ହୋଇଥାଏ । ଫଳରେ ଅନେକ ଅଞ୍ଚଳରେ ମନାଗମନ ସମ୍ଭବ ହୁଏ ନାହିଁ । ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବା ଯୋଗୁଁ ଯୋଗାଯୋଗ ସମ୍ଭବ ହୁଏନାହିଁ । ଫସଲ ହାନି ହେବା ସହ ପଶୁସମ୍ପ ସମ୍ପଦ କ୍ଷତିଗ୍ରସ୍ତ ହୋଇଥାଏ । ରନ୍ଧା ଖାଦ୍ୟ ଓ ଜଳର ଉତ୍କଟ ଅଭାବ ଘଟିଥାଏ । ଏହି କାରଣରୁ ପାନୀୟ ଜଳର ଅଭାବ ଯୋଗୁଁ କାମଳ, ହଇଜା, ମହାମାରୀ ଆଦି ରୋଗ ବ୍ୟାପିଥାଏ ଏ । ସାପ କାମୁଡ଼ାରେ ମଧ୍ୟ ଅନେକ ଲୋକ ମରନ୍ତି । ବନ୍ୟା ହେଲେ ଲୋକମାନଙ୍କର ଆର୍ଥିକ ସ୍ଥିତି ସମ୍ପୂର୍ଣ ଭାବେ ଦୋହଲିଯାଏ । ### ଉଦ୍ଧାର ଓ ସୁରକ୍ଷା ବ୍ୟବସ୍ଥା : * ଗୋଷ୍ଠୀକୁ ସମ୍ପୃକ୍ତ କରି ବନ୍ୟା ପ୍ରତିକାର କରିବା ନିମନ୍ତେ ଓଡ଼ିଶା ସମେତ ଭାରତର କେତେକ ରାଜ୍ୟରେ କାର୍ଯ୍ୟ ଆରମ୍ଭ ହୋଇଛି I ତୁମ ଅଞ୍ଚଳରେ ବନ୍ୟାର ଆଶଙ୍କା ଥିଲେ ପ୍ରଦତ୍ତ କେତୋଟି ପରାମର୍ଶ ଗ୍ରହଣ କଲେ ତୁମେ ନିଜର ତଥା ଆଖପାଖ ଲୋକଙ୍କ ଅନଜୀବନ ରକ୍ଷା କରିପାରି ତୁମର ପରିଜନ ଓ ପଡ଼ୋଶୀମାନଙ୍କୁ ମଧ୍ୟ ଏହି ପରାମର୍ଶ ମାନିବା ପାଇଁ ବୁଝାଇ ପାରିବ । #### ବନ୍ୟା ସମ୍ବନ୍ଧୀୟ ଆବଶ୍ୟକ ତଥ୍ୟ ଜାଣିବା : * ତୁମ ଅଞ୍ଚଳରେ ବିଗତ ବର୍ଷମାନଙ୍କରେ ହୋଇଥୁବା ବନ୍ୟା ସମ୍ବନ୍ଧରେ ତୁମେ ତଥ୍ୟ ସଂଗ୍ରହ କର । ଏଥିପାଇଁ ସ୍କୁଲ୍ର ଶିକ୍ଷକ, ତୁମ ଅଞ୍ଚଳରେ ବୟସ୍କ ବ୍ୟକ୍ତି, ସ୍ଥାନୀୟ ତହସିଲା/ ବ୍ଲକ ତଥା ଅନ୍ୟାନ୍ୟ ସରକାରୀ କର୍ମଚାରୀ ବା ପଞ୍ଚାୟତର ସଦସ୍ୟମାନଙ୍କୁ ପଚାରି ବୁଝିବ । * ଢିପ ଜାଗା, ପକ୍କାଘର, ବନ୍ୟା/ବାତ୍ୟାକାଳୀନ ଆଶ୍ରୟ ସ୍ଥଳଗୁଡ଼ିକୁ ଚିହ୍ନଟ କରି ରଖ । * ନଦୀର ତଟବର୍ତ୍ତୀ ସ୍ଥାନରେ ରହୁଥିଲେ, ନଦୀର ବିପଦ ସଂକେତ ସ୍ତର ସମ୍ବନ୍ଧରେ ଅବଗତ ହୁଅ । #### ଜରୁରୀକାଳୀନ ପଦାର୍ଥର ତାଲିକା : * ଗନ୍ତବ୍ୟ ସ୍ଥାନ ସମ୍ବନ୍ଧରେ ସୂଚନା ଦେବା ଆବଶ୍ୟକ ବନ୍ୟା ସମୟରେ ଘର ଛାଡ଼ିବା ଆବଶ୍ୟକ ପଡ଼ିଲେ ଛାଡ଼ିବା ପୂର୍ବରୁ ଏସବୁ କଥା ନିଶ୍ଚୟ କରିବା ଦରକାର । * କେତେକ ଜରୁରୀ ରୀ ପଦାର୍ଥ ସାଙ୍ଗ ସାଙ୍ଗରେ ନେବାକୁ ପଡ଼ିବ । ଘର ଛାଡ଼ିବାକୁ ନପଡ଼ିଲେ ମଧ୍ୟ କାଳେ ଅଞ୍ଚଳଟି ଜଳଘେରିରେ ରହିଯିବ, ସେଥିପାଇଁ ମଧ୍ୟ ପ୍ରସ୍ତୁତି ଆବଶ୍ୟକ । * ସାଙ୍ଗରେ ନେବାଭଳି ରେଡ଼ିଓ, ବ୍ୟାଟେ ଟେରୀ ଚାଳିତ ଟର୍ଚ୍ଚ ଲାଇଟ୍, ମହମବତୀ ଓ ଦିଆସିଲି ଏଗୁଡ଼ିକୁ ପଲିଥୁନ ବ୍ୟାଗରେ ଭଲଭାବେ ବାନ୍ଧି ରଖବାକୁ ହେବ । * ଶୁଖୁଲା ଖାଇବା ଜିନିଷ (ଚୁଡ଼ା, ଗୁଡ଼, ମୁଢ଼ି) ତଥା ପିଇବା ପାଣି । * ପ୍ରାଥମିକ ଚିକିତ୍ସା ବାକ୍ସ ସହିତ ଥଣ୍ଡା, ଜ୍ଵର, ଝାଡ଼ା ଆଦି ପାଇଁ ଔଷଧ ଓ ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ଜ୍ଞାନର ଆବଶ୍ୟକତା ରହିଛି । * ଲୁଗାପଟା ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷଗୁଡ଼ିକୁ ଜଳନିରୋଧ ବ୍ୟାଗ ବା ମୋଟା ପଲିଥୁନ୍ରେ ଗୁଡ଼େଇ ରଖୁବ, ଯେପରିକି ସହଜରେ ଓ ନିରାପଦରେ ନେଇହେବ । * ଯୋତା ହଳେ ମଧ୍ଯ ନେବାର ଆବଶ୍ୟକତା ରହିଛି । * ମୋବାଇଲ୍ ( ସମ୍ପୂର୍ଣ ଚାର୍ଜ ସହିତ) ଓ ଜରୁରୀ ଟେଲିଫୋନ୍ ନମ୍ବର ପାଖରେ ରଖୁବା ଆବଶ ବଶ୍ୟକ । * ଓ ବୃଦ୍ଧା ତଥା ଅନ୍ୟାନ୍ୟ ନ୍ଯ ନିତିଦିନିଆ ଶିଶୁଖାଦ୍ୟ, ବୃଦ୍ଧ ଓ ରୋଗୀଙ୍କ ଔଷଧ ଆଦିର ବ୍ୟବସ୍ଥା କରିବ । #### ଘରଛାଡ଼ିବା ପୂର୍ବରୁ : * ଆବଶ୍ୟକ ପଡ଼ିଲେ ଘର ଛାଡ଼ିବାକୁ ପରାମର୍ଶ ଦିଆଯାଏ । ଯଦି ସ୍ଵଇଚ୍ଛାରେ ଅନ୍ୟ ସ୍ଥାନକୁ ଯିବାକୁ ନିଷ୍ପଭି ଭି ନିଅ, ତେବେ ନିଜ ପଡ଼ୋଶୀମାନଙ୍କୁ କିମ୍ବା ଜରୁରୀକାଳୀନ ସ୍ୱେଚ୍ଛାସେବୀଙ୍କୁ ନି ଜର ମୂ ଲ୍ୟବାନ ପଦାର୍ଥ ତଥା ଦରକାରୀ କାଗଜଗୁଡ