🎧 New: AI-Generated Podcasts Turn your study notes into engaging audio conversations. Learn more

Loading...
Loading...
Loading...
Loading...
Loading...
Loading...
Loading...

Transcript

## ଦ୍ବିତୀୟ ଏକକ ### ଓଡ଼ିଶାରେ ବୌଦ୍ଧ ସଂସ୍କୃତି, ଶୈବ ସଂସ୍କୃତି ଓ ବୈଷ୍ଣବ ସଂସ୍କୃତି #### ଓଡ଼ିଶାର ସଂସ୍କୃତି ଓ ସଂସ୍କୃତିର ପରିଭାଷା ସଭ୍ୟତା ହେଉଛି ସମାଜର ବହିରଙ୍ଗ ଏବଂ ବାହ୍ୟ ଚଳଣିର ରୂପାୟନ ମାତ୍ର; କିନ୍ତୁ ସଂସ୍କୃତି ମାଧ୍ଯମରେ ଜାତିର ଆତ୍ମା ପ୍ରତିଫଳିତ ହୋଇଥାଏ। ସଂସ୍କୃତି ଏକ ପ୍ରବହମାନ ଧାରା । ଏହା ସମାଜ-ଜୀବନକୁ ସର୍ବତୋଭାବେ ଅନୁପ୍ରାଣିତ କର...

## ଦ୍ବିତୀୟ ଏକକ ### ଓଡ଼ିଶାରେ ବୌଦ୍ଧ ସଂସ୍କୃତି, ଶୈବ ସଂସ୍କୃତି ଓ ବୈଷ୍ଣବ ସଂସ୍କୃତି #### ଓଡ଼ିଶାର ସଂସ୍କୃତି ଓ ସଂସ୍କୃତିର ପରିଭାଷା ସଭ୍ୟତା ହେଉଛି ସମାଜର ବହିରଙ୍ଗ ଏବଂ ବାହ୍ୟ ଚଳଣିର ରୂପାୟନ ମାତ୍ର; କିନ୍ତୁ ସଂସ୍କୃତି ମାଧ୍ଯମରେ ଜାତିର ଆତ୍ମା ପ୍ରତିଫଳିତ ହୋଇଥାଏ। ସଂସ୍କୃତି ଏକ ପ୍ରବହମାନ ଧାରା । ଏହା ସମାଜ-ଜୀବନକୁ ସର୍ବତୋଭାବେ ଅନୁପ୍ରାଣିତ କରିଥାଏ ଏବଂ ତାହା ପୁଣି ହୋଇଥାଏ ଜାତୀୟ ଜୀବନର ପ୍ରଗତି ମଧ୍ୟରେ ଆଲୋକବର୍ତ୍ତିକା । (ରାଜଗୁରୁ, ଡକ୍ଟର ସତ୍ୟନାରାୟଣ-ଓଡ଼ିଶାର ସାଂସ୍କୃତିକ ଇତିହାସ (୪ର୍ଥ ଖଣ୍ଡ), ପୃ-ଅଗ୍ରଲେଖ। (ପଠାଣି ପଟ୍ଟନାୟକ, ସଭାପତି, ଓଡ଼ିଶା ସାହିତ୍ୟ ଏକାଡ଼େମୀ)। ମାନବେତର ଜୀବ ଆବଦ୍ଧ; କିନ୍ତୁ ଦିଗନ୍ତପ୍ରସାରୀ । ସେ ନିଜର ବ୍ୟକ୍ତିତ୍ୱକୁ ଉନ୍ମେଷିତ କରିଥାଏ। ତାହା ହିଁ ସମ୍ଭବ ହୋଇଥାଏ କେବଳ ସଂସ୍କୃତିର ବଳିଷ୍ଠରୂପାୟନରେ। ସାଂସ୍କୃତିକ ବଳୟମଧ୍ୟରୁ ମାନବଜୀବନରେ ମାନବିକତାର ଉଦ୍ଭବ ଘଟିଥାଏ । ମଣିଷ ଜୀବନରେ ସ୍ଵଭାବତଃ ପଶୁ ପ୍ରବୃତ୍ତିର ପ୍ରାବଲ୍ୟ ରହିଥିଲେ ମଧ୍ୟ ସାଂସ୍କୃତିକ ପ୍ରେରଣାରେ ତାହାକୁ ମଣିଷ ଅତିକ୍ରମ କରି ମାନବିକତାର ପରିଚୟ ପ୍ରଦାନ କରିଥାଏ । ଯଥାର୍ତ୍ଥରେ ପଠାଣି ପଟ୍ଟନାୟକ ଉଲ୍ଲେଖକରିଛନ୍ତି ଯେ – “ ଯେଉଁ ଜାତିର ସଂସ୍କୃତି ଯେତେ ଉନ୍ନତ, ସେଠାର ଅଙ୍ଗୀଭୂତ ମନୁଷ୍ୟଗଣ ଅଧିକ ସଂସ୍କୃତିସମ୍ପନ୍ନ ଓ ପ୍ରଗତିଶୀଳ। (ପଟ୍ଟନାୟକ, ପଠାଣି – ଓଡ଼ିଶାର ସାଂସ୍କୃତିକ ଇତିହାସ-ଅଗ୍ରଲେଖ)। ତରୁଣ ଶବ୍ଦକୋଷରେ ପଣ୍ଡିତ କୃଷ୍ଣଚନ୍ଦ୍ର କର ଉଲ୍ଲେଖ କରିଛନ୍ତି ଯେ- ସଂସ୍କୃତି –ବି. (ସମ୍-କୃ-ତି) ଜ୍ଞାନଗତ ଉତ୍କର୍ଷ, ଶିକ୍ଷାଦ୍ବାରା ବା ଚର୍ଜାଦ୍ଵାରା ଲବ୍ଧ ବିଦ୍ୟା-ବୁଦ୍ଧି-ଶିଳ୍ପ-କଳା-ରୁଚି-ନୀତି ଆଦିର ଉତ୍କର୍ଷ (ବିଂ, ସାଂସ୍କୃତିକ)। (କର, ପଣ୍ଡିତ କୃଷ୍ଣଚନ୍ଦ୍ର – ତରୁଣ ଶବ୍ଦକୋଷ – ଗ୍ରନ୍ଥମନ୍ଦିର- ପୃ-୮୪୩)। ଯଥାର୍ଥରେ ସଂସ୍କୃତି ହେଉଛି ଜ୍ଞାନଗତ ଉତ୍କର୍ଷ। ଏହା ଲବ୍ଧ ବିଦ୍ୟାବୁଦ୍ଧି ଶିଳ୍ପକଳା ରୁଚିନୀତିର ଉତ୍କର୍ଷ । ଭୌତିକ ଐଶ୍ଚର୍ଯ୍ୟ ଗୋଟିଏ ଜାତିର ଉନ୍ନତିର ସର୍ବଶ୍ରେଷ୍ଠ ପରିଚୟ ନୁହେଁ। ଜାତୀୟ ଜୀବନରେ ସମୃଦ୍ଧିର ସର୍ବଶ୍ରେଷ୍ଠ ମାନଦଣ୍ଡ ହେଉଛି ତାହାର ବଳିଷ୍ଠ ସାଂସ୍କୃତିକ ପରିବେଶ। ସଂସ୍କୃତିର ଭାବନା ସମାଜର ଉପର ସ୍ତରରୁ ତଳ ସ୍ତର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥାଏ। ଏକ ବଳିଷ୍ଠ ସଂସ୍କୃତିର ଅଧିକାରୀ ମାନବସମାଜ ଯାବତୀୟ ଦୁର୍ବଳତାକୁ ଅକ୍ଳେଶରେ ମୁକାବିଲା କରିପାରେ। #### ସଂସ୍କୃତିର ପାରିଭାଷିକ ପରିଭାଷା: 1. ଜ୍ଞାନଗତ ଉତ୍କର୍ଷ 2. ଶିକ୍ଷାଦ୍ଵାରା ବା ଚର୍ଜାଦ୍ଵାରା ଲବ୍‌ଧ ବିଦ୍ୟା ବୃଦ୍ଧି * ଶିଳ୍ପକାର ଉତ୍କର୍ଷ ।

Tags

Odisha culture Buddhist culture Saiva culture cultural studies
Use Quizgecko on...
Browser
Browser